ଆଜି ଦେଶ ପାଳୁଛି ୭୫ ତମ ସ୍ବାଧୀନତା ଦିବସ, ଗାଁଠାରୁ ସହର ସବୁ ଆଡେ ଉତ୍ସବମୁଖର ପରିବେଶ

କେନ୍ୟୁଜ୍(ବ୍ୟୁରୋ):  ଆଜି ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ଚଳିତ ବର୍ଷ କରୋନା କଟକଣା ଭିତରେ ସବୁଠି ଆୟୋଜନ ହେଉଛି ପତାକା ଉତ୍ତୋଳନ ସମାରୋହ । ଉତ୍ସବକୁ କେବଳ ନିମନ୍ତ୍ରିତ ଅତିଥି ଆସିବେ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ପଦର୍ଶନୀ ପଡିଆରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲିସ ବ୍ୟାଣ୍ଡ ଦ୍ୱାରା ପରେଡ୍‌ ପ୍ରଦର୍ଶନ କରାଯିବ । ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

ଲାଲ କିଲ୍ଲାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରିବେ। ଏହି ଅବସରରେ ଭାରତୀୟ ଅଲମ୍ପିକ ଦଳ ମଧ୍ୟ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମକୁ ଦେଖି ଲାଲ କିଲ୍ଲାର ଚର୍ତୁପାର୍ଶ୍ୱରେ ଏନଏସଜି ସ୍ନାଇପର୍ସ, ସ୍ୱାଟ କମାଣ୍ଡୋ, କେନାଇନ ଡଗ୍‌ ୟୁନିଟ ମୁତୟନ କରାଯାଇଛି। । ଏୟାରପୋର୍ଟ, ରେଳ ଷ୍ଟେସନ୍‌, ବସ୍‌ ଟର୍ମିନାଲ ଓ ସୀମା ଅଞ୍ଚଳ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ପୂରା ସହରରେ ଗାଡ଼ିମୋଟର, ଲୋକଙ୍କ ଲଗେଜ୍‌ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ଯମୁନା ନଦୀରେ ବି ମୋଟର ବୋଟ୍‌ରେ ପୋଲିସ୍‌ ପାଟ୍ରୋଲିଙ୍ଗ୍‌ କରୁଛି । ନିକଟରେ ଜମ୍ମୁ ଏୟାରପୋର୍ଟରେ ଡ୍ରୋନ୍‌ ଆକ୍ରମଣକୁ ଦୃଷ୍ଟିରେ ରଖି କାଇଟ୍‌ କ୍ୟାଚର ଓ ଆଣ୍ଟିଡ୍ରୋନ୍‌ ବ୍ୟବସ୍ଥା ହୋଇଛି । ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ ପରେ ଲାଲକିଲ୍ଲା ଉପରେ ପୁଷ୍ପବୃଷ୍ଟି ହେବ । ଦୁଇଟି MI-171 V ହେଲିକପ୍‌ଟର ପୁଷ୍ପବୃଷ୍ଟି କରିବେ ।ଏହା ସହ ଜାମ୍ମୁ କାଶ୍ମୀରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.