Below header

ଆଜି ଅନନ୍ତ ଚତୁର୍ଦ୍ଦଶୀ, ଜାଣନ୍ତୁ ପୂଜାର ମୂହୁର୍ତ୍ତ ଏବଂ ମହତ୍ୱ

ହିନ୍ଦୀ ପଞ୍ଚାଙ୍ଗ ଅନୁସାରେ, ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିକୁ ଅନନ୍ତ ଚତୁଦ୍ଦର୍ଶୀ ପୂଜା କରାଯାଏ। ଏହି ବର୍ଷ ଅନନ୍ତ ଚତୁର୍ଦ୍ଦଶୀ ୧ ସେପ୍ଟେ୍ଵମ୍ବର ଅର୍ଥାତ୍‌ ଆଜି ପଡୁଛି। ଏହିଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଅନନ୍ତ ସ୍ୱରୂପର ପୂଜା କରାଯାଇଥାଏ। ଅନନ୍ତ ଚତୁର୍ଦ୍ଦଶୀ ଦିନ ଭଗବାନ ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ ମୂର୍ତ୍ତି ମଧ୍ୟ ବିସର୍ଜନ କରାଯାଏ। ଆଉ ଏହିଦିନ ଗଣପତିଙ୍କୁ ବିଦା କରାଯାଇ ଆଗାମୀ ବର୍ଷରେ ଆସିବା ପାଇଁ ପ୍ରାର୍ଥନା କରାଯାଏ। ଏହାସହିତ ୧୦ ଦିନର ଗଣୋତ୍ସବର ସମାପନ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଅନନ୍ତ ଚତୁର୍ଦ୍ଦଶୀ ପୂଜାର ମୂହୁର୍ତ୍ତ ଏବଂ ମହତ୍ତ୍ୱ କ’ଣ ରହିଛି।

ଅନନ୍ତ ଚତୁର୍ଦ୍ଦଶୀର ମୂହୁର୍ତ୍ତ :

ଅନନ୍ତ ଚତୁର୍ଦ୍ଦଶୀର ଉଦୟା ତିଥି ନିଆ ଯାଇଥାଏ। ଶ୍ରାବଣ ମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିର ପ୍ରାରମ୍ଭ ୩୧ ଅଗଷ୍ଟ ଦିନ ସୋମବାର ସକାଳ ୮ଟା ୪୯ ମିନିଟ୍‌ରୁ ଆରମ୍ଭ ହେଉଛି। ଯାହା ୧ ସେପ୍ଟେମ୍ବର ସକାଳ ୯ଟା ୩୯ରେ ଶେଷ ହେଉଛି। ଏହାସହିତ ୧ ସେପ୍ଟେମ୍ବରକୁ ଉଦୟା ତିଥି ମିଳୁଛି, ତେଣୁ ଅନନ୍ତ ଚତୁର୍ଦ୍ଦଶୀ ଆଜି ମଧ୍ୟ ପାଳନ କରାଯିବ।

chatrudasi

ଅନନ୍ତ ଚତୁର୍ଦ୍ଦଶୀ ପୂଜା :

ଅନନ୍ତ ଚତୁର୍ଦ୍ଦଶୀ ଦିନ ମୁଖ୍ୟ ଭଗବାନ ବିଷ୍ଣୁଙ୍କ ଅନନ୍ତ ସ୍ୱରୂପର ପୂଜା କରାଯାଇଥାଏ। ଏହି ଦିନ ଲୋକ ବ୍ରତ ରଖିଥାନ୍ତି। ଏହି ଦିନ ବ୍ରତ ରଖୁଥିବା ପୁରୁଷ ନିଜର ଡାହାଣ ହାତରେ ମହିଳା ବାମ ହାତରେ ଅନନ୍ତ ବ୍ରତ ଧାରଣ କରିବାକୁ ଉଚିତ। ଏହି ବ୍ରତରେ ୧୪ଟି ଗଣ୍ଠି ରହିବା ଆବଶ୍ୟକ। ଏହି ୧୪ ଗଣ୍ଠି ଭଗବାନ ବିଷ୍ଣୁଙ୍କ ଦ୍ୱାରା ନିର୍ମିତ ୧୪ ଲୋକଙ୍କୁ ପ୍ରତିନିଧିତ୍ୱ କରିଥାଏ।

ଅନନ୍ତ ଚତୁର୍ଦ୍ଦଶୀର ମହତ୍ତ୍ୱ :

ଧାର୍ମିକ ମାନ୍ୟତା ଅନୁସାରେ , ଯଦି ଅନନ୍ତ ଚତୁର୍ଦ୍ଦଶୀ ବ୍ରତକୁ ଲଗାତାର ୧୪ ବର୍ଷ ପର୍ଯ୍ୟନ୍ତ କରିବେ ତେବେ ବିଷ୍ଣୁ ଲୋକ ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.