ଆଜି ରାଜ୍ଯରେ ୩୦୨୫ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୧ ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୩୦୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୮୪୪ ଏବଂ ଲୋକାଲ୍ କେସରୁ ୧୧୮୧ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୦୬,୫୬୧ ରେ ପହଁଚିଛି। ଏମାନଙ୍କ ୭୭,୨୮୬ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୮,୭୧୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୬୬୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୫୮, ବାଲେଶ୍ବରରୁ ୪୦, ବରଗଡରୁ ୬୧, ଭଦ୍ରକରୁ ୯୪, ବଲାଙ୍ଗିରରୁ ୨୪, ବୌଦ୍ଧରୁ ୯, କଟକରୁ ୩୧୨,ଦେଓଗଡରୁ ୧, ଢେଙ୍କାନାଳରୁ ୧୩୨, ଗଜପତିରୁ ୨୯, ଗଞ୍ଜାମରୁ ୨୦୭, ଜଗତସିଂହପୁରରୁ ୭୮, ଯାଜପୁରରୁ ୮୫, ଝାରସୁଗୁଡା ୫୯, କଳାହାଣ୍ଡିରୁ ୮୨, କନ୍ଧମାଳରୁ ୨୨, କେନ୍ଦ୍ରାପଡାରୁ ୧୨୮, କେନ୍ଦୁଝରରୁ ୫୦, କୋରାପୁଟରୁ ୧୩୯, ମାଲକାନଗିରିରୁ ୩୨, ମୟୁରଭଞ୍ଜରୁ ୨୧୫, ନବରଙ୍ଗପୁରରୁ ୪୬, ନୟାଗଡରୁ ୬୭, ନୂଆପଡାରୁ ୭୯, ପୁରୀରୁ ୧୩୬, ରାୟଗଡାରୁ ୧୩, ସମ୍ବଲପୁରରୁ ୮୩, ସୋନପୁରରୁ ୨୨ ଏବଂ ସୁନ୍ଦରଗଡରୁ ୫୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏମାନଙ୍କ ଭିତରୁ ଖୋର୍ଦ୍ଧା,ପୁରୀ ଓ ମୟୁରଭଞ୍ଜରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି କଟକ, ଗଞ୍ଜାମ,ଜଗତସିଂହପୁର,କନ୍ଧମାଳ ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୦୩କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.