Below header

ସୁନା ମୂଲ୍ୟରେ ପୁଣି ଆସିଲା ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦାମ୍‌

ସୋମବାର ସନ୍ଧ୍ୟା ସୁଦ୍ଧା ସୁନା ଭାରତୀୟ ବଜାରରେ କେତେକ ସ୍ଥାନରେ ସ୍ଥିର ରହିଥିବା ବେଳେ କେତେକ ସ୍ଥାନରେ ସାମାନ୍ୟ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । କେତେକ ସ୍ଥାନରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୫୧୦ ଟଙ୍କାରେ ପହଁଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧୫୧୦ ଟଙ୍କାରେ ପହଁଚିଥିବା ନେଇ ରେକର୍ଡ ହୋଇଛି ।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ରେକର୍ଡ ହୋଇଛି । ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ଦାମ୍ ୫୦୫୧୦ ଟଙ୍କାରେ ପହଁଚିଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୧୫୧୦ ଟଙ୍କାରେ ସ୍ଥିର ରହିଥିବା ନେଇ ରେକର୍ଡ ହୋଇଛି । ସେପଟେ ରାଜଧାନୀ ଦିଲ୍ଲୀରେ ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ଦର ୫୦ ହଜାର ୩୬୦ ଟଙ୍କା ଓ ୫୪୯୪୦ ଟଙ୍କା ଥିବା ନେଇ ଜଣାଯାଇଛି ।

gold

ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୨ କ୍ୟାରେଟ ଦର ୪୯୫୫୦ ଟଙ୍କା ଓ ୨୪ କ୍ୟାରେଟ ଦର ୫୪୦୫୦ ଟଙ୍କା ପହଁଚିଥିବା ନେଇ ଜଣାଯାଇଛି । ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି । ସହରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯୫୫୦ ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୪,୦୫୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି । ସେପଟେ ଅନ୍ୟତମ ମୂଲ୍ୟବାନ ଧାତୁ ରୁପା ଦର କିଲୋଗ୍ରାମ ପ୍ରତି ୬୬୩୬୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.