ଆଜିଠୁ ଖୋଲିଲା କୋଣାର୍କ ମନ୍ଦିର, ପ୍ରତିଦିନ ୪୫୦୦ ପର୍ଯ୍ୟଟକଙ୍କୁ ଭିତରକୁ ଯିବାକୁ ମିଳିବ ଅନୁମତି

କୋଣାର୍କ : ଦୀର୍ଘ ୫ମାସ ପରେ ଖୋଲିଲା କୋଣାର୍କ ମନ୍ଦିର। COVID-19 ମହାମାରୀକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ଖୋଲାଯାଇଛି। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଅନଲକ୍ -୪ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପର୍ଯ୍ଯଟନସ୍ଥଳୀ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି।

ପର୍ଯ୍ୟଟକମାନେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରିବେ। ମାନୁଆଲ ଟିକେଟ୍ ବୁକିଂ ହୋଇ ନ ଥିବାରୁ ପର୍ଯ୍ୟଟକମାନେ ଅନଲାଇନ୍ ପେମେଣ୍ଟ କରିବା ପାଇଁ ମନ୍ଦିର ବାହାରେ QR କୋଡ୍ ଥିବା ସାଇନ୍ ବୋର୍ଡ ବ୍ଯବହାର କରି କରିପାରିବେ । ନିଷ୍ପତ୍ତି ଅନୁଯାୟୀ, ପ୍ରତିଦିନ ୪୫୦୦ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ଅନୁମତି ଦିଆଯିବ । ଭିଡ଼ ପରିଚାଳନା ପାଇଁ, ଦିନର ପ୍ରଥମାର୍ଦ୍ଧରେ ୨୫୦୦ ପରିଦର୍ଶକ ଏବଂ ଦ୍ୱିତୀୟାର୍ଦ୍ଧରେ ୨୦୦୦ ଭ୍ରମଣକାରୀଙ୍କୁ ଅନୁମତି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.