ନିଲମ୍ବିତ ଜଳେଶ୍ୱର ଆଇଆଇସିଙ୍କ ଘରେ ଭିଜିଲାନ୍ସ ଚଢାଉ, ଚାଲିଛି ଅଧିକ ଖୋଳତାଡ

ଜଳେଶ୍ୱର: ବ୍ରାଉନସୁଗାର ମାଫିଆଙ୍କ ସହ ଜଳେଶ୍ୱର ଆଇଆଇସିଙ୍କ ଲିଙ୍କ୍‌ ଘଟଣା । ଏନେଇ ଆଜି ଜଳେଶ୍ୱର ଥାନାରେ ପହଞ୍ଚିଥିଲେ ବାଲେଶ୍ୱର ଓ ବାରିପଦା ଭିଜିଲାନ୍ସ ଟିମ୍‌ ।

ଜଳେଶ୍ୱର ଥାନା ସହ ନିଲମ୍ବିତ ଆଇଆଇସି ଧନେଶ୍ୱର ସାହୁଙ୍କ ବାସଭବନରେ ମିଳିତ ଚଢ଼ାଉ ଚାଲିଛି । ଭିଜିଲାନ୍ସ ଡିଏସ୍‌ପି ଶରତ କୁମାର ମହାପାତ୍ର, ବାରିପଦା ୟୁନିଟ୍‌, ବାଲେଶ୍ୱର ୟୁନିଟ୍‌ଙ୍କ ସହ ୧୧ ଜଣିଆ ଟିମ୍‌ ଚଢ଼ାଉ କରିଛନ୍ତି । ବ୍ରାଉନସୁଗାର ମାଫିଆଙ୍କ ସହ ଅଡିଓ ଭାଇରାଲ ପରେ ଆଇଆଇସିଙ୍କୁ ନିଲମ୍ବିତ କରିଥିଲେ ଡିଜିପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.