ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କଲା ଆନନ୍ଦପୁର ଅବକାରୀ ବିଭାଗ, ଗୋଡାଇ ଗୋଡାଇ ଧରିଲେ ଅଭିଯୁକ୍ତଙ୍କୁ

କେନ୍ଦୁଝର: ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କରିଛି ଆନନ୍ଦପୁର ଅବକାରୀ ବିଭାଗ। ଏଥିସହ ୧୯ କେଜି ଓଜନର ୧୪ଟି ହାତୀଦାନ୍ତ ଓ ଗୋଟିଏ କାର ଜବତ ହୋଇଛି।

ବିଶେଷ ସୁତ୍ରରୁ ଖବର ପାଇ ଆନନ୍ଦପୁର ଡିଏଫଓଙ୍କ ନିର୍ଦ୍ଦେଶରେ ଏକ ଟିମ ହାତୀ ଦାନ୍ତ କାରବାର କରୁଥିବା ବ୍ୟବସାୟୀ ମାନଙ୍କୁ ପିଛା କରିଥିଲେ। କାରର ପିଛା କରି ହରିଚନ୍ଦନପୁର ଥାନା ପିଟାପିଟି ଗ୍ରାମ ନିକଟରେ ଗାଡି ଓ ଦାନ୍ତକୁ ଜବତ କରିଥିଲେ।ସେଠାରୁ ଖସି ପଳାଉଥିବା ଅଭିଯୁକ୍ତ ମାନଙ୍କୁ ଗୋଡାଇ ବାୟାପିଟା ଗାଁରୁ ଗିରଫ କରିବା ପରେ, ଏବେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.