Below header

ଲୁଇସ ହାମିଲଟନ ଜିତିଲେ ବେଲଜିୟମ ଗ୍ରାଁ ପ୍ରି ଟାଇଟଲ, ହାସଲ କଲେ କ୍ୟାରିଅର ୮୯ ଜିତ୍‌

ମର୍ସିଡିଜ୍ ଚାଳକ ତଥା ବ୍ରିଟିଶ ରେସର୍ ଲୁଇସ୍ ହାମିଲଟନ୍ ବେଲଜିଆନ୍ ଗ୍ରାଁ ପ୍ରି ଜିତି ନେଇଛନ୍ତି। ନିଜ କ୍ୟାରିଅର ୮୯ ଜିତ୍‌ ହାସଲ କରିଛନ୍ତି। ତାଙ୍କ ସାଥୀ ଚାଳକ ଭାଲଟେରି ବୋଟାସ ଦ୍ବିତୀୟ ସ୍ଥାନରେ ରହିବା ପରେ ମର୍ସିଡିଜ୍ ମଧ୍ୟ ଆଉ ଏକ ୱାନ୍-ଟୁ ଫିନିସ୍ ପାଇଛି। ପୋଲ୍ ପୋଜିସନ୍ରୁ ରେସ୍ ଆରମ୍ଭ କରିଥିବା ହାମିଲଟନ୍ ବୋଟାସଙ୍କଠାରୁ ୮.୪ ସେକେଣ୍ଡ କମ୍ ସମୟ ନେଇ ରେସ୍ ଶେଷ କରିବା ପରେ ବିଜେତା ଆଖ୍ୟା ଅର୍ଜନ କରିବା ସହ ଚାମ୍ପିଅନସିପ୍ ପଏଣ୍ଟ୍ ତାଲିକାରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରି ନେଇଥିଲେ।

66

ସ୍ପା-ଫାଙ୍କରଚାମ୍ପ୍ସ ସର୍କିଟ୍ରେ ଆୟୋଜିତ ରବିବାରର ଏହି ରେସ୍ ଜିତିବା ପରେ ହାମିଲଟନ୍ (୯୦) ଜର୍ମାନିର ମହାନ ଫର୍ମୁଲାୱାନ୍ ରେସର ମାଇକେଲ୍ ସୁମାକରଙ୍କ ୯୨ ରେସ୍ ବିଜୟଠାରୁ ମାତ୍ର ଦୁଇଟି ବିଜୟ ପଛରେ ରହିଛନ୍ତି। ମୋଟ ୧୭ ରେସ୍ ମଧ୍ୟରୁ ୧୦ ରେସ୍ ପରେ ୧୫୭ ପଏଣ୍ଟ୍ ପାଇ ହାମିଲଟନ୍ ଶୀର୍ଷରେ ଦୃଢ଼ ରହିଛନ୍ତି। ବୋଟାସ (୧୧୦) ଦ୍ବିତୀୟ ଓ ଭର୍ସଷ୍ଟାପେନ୍ (୧୦୭) ତୃତୀୟ ସ୍ଥାନରେ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.