Below header

ରିୟଲ ଲାଇଫର “ଟମ ଏଣ୍ଡ ଜେରୀ” ଖେଳ, ଭିଡିଓ ଦେଖି ମଜା ନିଅନ୍ତୁ ନା…..

କିଛି ଦିନ ହେବ ଭାଇରାଲ ହେଉଥିବା ଏକ ଭିଡିଓ କ୍ଲିପରେ ଆପଣ ସ୍ପଷ୍ଟ ଭାବେ ଦେଖିପାରିବେଯେ ମୂଷାଟିଏ କେମିତି ଭୟଭୀତ ଅବସ୍ଥାରେ ଏକ ବିରାଟ ଆକାରର ଠେଙ୍ଗା ଉପରେ ଛିଡା ହୋଇଛି । ଆଉ ଏହି ସମୟରେ ବିଲେଇଟି କେମିତି ଗୋଟିଏ ନଜରରେ ତାକୁ ଅନାଇ ରହିଛି । ବିଲେଈର ଲକ୍ଷ ରହିଛିଯେ କେମିତି ଧପ କିନା ମୂଷାଟି ତଳକୁ ଖସିବ ଆଉ ବିଲେଈଟି ତାକୁ ପାଟିରେ ଧରିନେବ । ଇଣ୍ଟରନେଟରେ ମୂଷା-ବିଲେଇଙ୍କର ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଆପଣ ଦେଖିପାରିବେ କେମିତି ଏକ କାନ୍ଥ ସାହାଯ୍ୟରେ ମୂଷାଟି ସେହି ଦଣ୍ଡ ଉପରେ ବସି ଯାଉଛି । ଆଉ ମଜାର କଥାଯେ ଏପଟେ ବିଲେଈଟି ଗୋଟିଏ ଲୟରେ ମୂଷାଟିକୁ ଚାହିଁ ରହିଛି । ଏହାକୁ ଦେଖି ସାଧାରଣ ଲୋକେ ଏହାକୁ ବର୍ତ୍ତମାନ ସମୟର “ଟମ ଏଣ୍ଡ ଜେରୀ” ଖେଳର ଆଖ୍ୟା ଦେଇଛନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ଶିକାରକୁ ଏକ ଲୟରେ ଚାହିଁ ରହିଛି ଶିକାରୀ । ଏଠି ସିନା ଶିକାରକୁ ଶିକାରୀଟି ଏକ ଲୟରେ ଚାହିଁ ରହିଛି କିନ୍ତୁ ଆଗକୁ କଣ ହେବ, କଣ ଘଟିବାକୁ ଯାଉଛି ସେବାବଦରେ କିଛି ବି ଜଣାନାହିଁ । ମୂଷାଟି ନିଜକୁ ବିଲେଇ ଦାଉରୁ ରକ୍ଷା କରିପାରିଲା କି ନାହିଁ ସେନେଇ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ନିହାତି ରୂପେ ଉଙ୍କି ମାରୁଛି ।

 

କହିରଖୁଛୁକି ଭିଡିଓଟିକୁ ଇନ୍ଷ୍ଟଗ୍ରାମ ପେଜରେ ସେୟାର କରାଯାଇଛି । ଯାହାକୁ ନ୍ୟୁଜ ଆକାରରେ ଲେଖାଯିବା ଭିତରେ ୧ ଲକ୍ଷ ୫୪ ହଜାରରୁ ଅଧିକ ଲାଇକ ମିଳିଥିବା ବେଳେ ୧୨.୭ ମିଲିୟନ ଜଣ ଦେଖି ସାରିଲେଣି । ଏହା ସହ କିଛି ୟୁଜର୍ସ ମାନେ ଭିନ୍ନ ଭିନ୍ନ କମେଣ୍ଟ ବି ଦେଇଛନ୍ତି । ପୂର୍ବରୁ ତ ଆମେ କହିରଖିଛୁକି ଜଣେ ଏହାକୁ “ଟମ ଆଣ୍ଡ ଜେରୀ” ଗୋଡ଼ାଗୋଡ଼ି ଖେଳ କହିଥିବା ବେଳେ ଜଣେ ୟୁଜର ଲେଖିଛନ୍ତିକି ଜୀବନରେ କେବେ ବି ହାର ମାନିବ ନାହିଁ । କିଛି ଜଣ ଭିଡିଓର ଦ୍ଵିତୀୟ ଭାଗ ଦେଖିବା ପାଇଁ ଦାବି କରି ବସିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.