Below header

କମେଣ୍ଟମରାରୁ ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ, ୪ଜଣଙ୍କୁ ବୀଭତ୍ସ ହତ୍ୟା

ବ୍ରହ୍ମପୁର(କେନ୍ୟୁଜ୍): କମେଣ୍ଟମରାରୁ ଗୋଷ୍ଠୀ ସଂଘର୍ଷ। ସାମାନ୍ୟ ଘଟଣାରୁ ୪ଜଣଙ୍କୁ ବୀଭତ୍ସ ହତ୍ୟା। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ପିତଳ ଛକରେ ଲୋମଟାଙ୍କୁରା ହତ୍ୟା। ଗତକାଲି ବିଳମ୍ବିତ ସଂଧ୍ୟାରେ ପିତଳ ଛକରେ ଏକ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହେବା ପରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ରାମଚନ୍ଦ୍ରପୁରର ଜଣେ ଯୁବକ ସେମାନଙ୍କୁ ସହାୟତା କରିଥିଲେ। ଏହାକୁ ନେଇ ସେଠାରେ ଫାଷ୍ଟଫୁଡ ଦୋକାନ କରିଥିବା ୪ଭାଇ ସେମାନଙ୍କୁ କମେଣ୍ଟ ମାରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ରାତି ପ୍ରାୟ ସାଢେ ୧୧ଟା ବେଳେ ଦୋକାନ ବନ୍ଦ କରୁଥିବା ବେଳେ ଅପରପକ୍ଷ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲା। ହତ୍ୟାକାଣ୍ଡ ପରେ ମୃତକଙ୍କ ଗାଁରେ ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ।

berhampur

ହତ୍ୟା ଘଟଣାରେ ୩ଜଣକୁ ଗିରଫ କରାଯାଇଛି। ମୃତକଙ୍କ ବ୍ୟବଚ୍ଛେଦ କରାଯିବା ସହ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜିଲ୍ଲାପାଳ। ରାମଚନ୍ଦ୍ରପୁର ଗାଁର କିଛି ଲୋକ ଏହି ହତ୍ୟାକାଣ୍ଡ ଭିଆଇଥିବା ଜଣାପଡିଛି। ଜିଲ୍ଲାପାଳ ଓ ଏସପି ବ୍ରହ୍ମପୁର ବଡ଼ ମେଡିକାଲ ଓ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେପଟେ ଅଭିଯୁକ୍ତଙ୍କୁ ଗିରଫ ସହ କଠୋର ଦଣ୍ଡ ଦାବିରେ ବ୍ରହ୍ମପୁର- ଆସିକା ମୁଖ୍ୟରାସ୍ତାରେ ଉତ୍ତ୍ୟକ୍ତ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ କରିଥିଲେ।ସାମାନ୍ୟ ବଚସାରୁ ଏଭଳି ବୀଭତ୍ସ ହତ୍ୟାରେ ୪ଜଣଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.