Below header

ମୃତ୍ୟୁ ପରେ ମଧ୍ୟ ଧନୀ ଏହି ବ୍ୟକ୍ତି , ଆଜି ମଧ୍ୟ ଫୋବ୍ସ ତାଲିକାରେ ରହିଛି ସ୍ଥାନ

ମୃତ୍ୟୁ କେତେବେଳେ ଆସିବ ତାହା କାହାକୁ ମଧ୍ୟ ଜଣାନଥାଏ । ଦୁନିଆରେ ଏପରି ଅନେକ ଲୋକ ଯେଉଁମାନେ ମୃତ୍ୟୁର ଦୀର୍ଘ ବର୍ଷ ପରେ ମଧ୍ୟ ସ୍ମରଣୀୟ ରହିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏପରି କିଛି ବିଶିଷ୍ଟ ବ୍ୟକ୍ତି ରହିଛନ୍ତି ଯେଉଁମାନେ ମୃତ୍ୟୁ ପରେ ମଧ୍ୟ ଦୁନିଆର ସବୁଠାରୁ ଧନୀ ମାନଙ୍କ ମଧ୍ୟରେ ଗଣାଯାଆନ୍ତି । ଏପରିକି ସେମାନଙ୍କ ନାମ ଆଜି ମଧ୍ୟ ଫୋର୍ବ ତାଲିକାରେ ରହିଛି । ସେହିପରି କିଛି ବିଶିଷ୍ଟ ବ୍ୟକ୍ତିଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ମାଇକଲ ଜାକସନଙ୍କୁ ଜଣେ ବିଶିଷ୍ଟ ଗାୟକ ତଥା ଡ୍ୟାନ୍ସର ଭାବେ ବେଶ ପରିଚିତ । ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ମାଇକଲ ତାଙ୍କ ମୃତ୍ୟୁର ଏତେ ବର୍ଷ ପରେ ମଧ୍ୟ ଦୁନିଆର ଅଧିକ ଟଙ୍କା ରୋଜଗାର କରୁଥିବା କଳାକାରଙ୍କ ମଧ୍ୟରେ ଗଣାଯାନ୍ତି । ଏପରିକି ତାଙ୍କର ନାମ ଫୋର୍ବ ତାଲିକାରେ ମଧ୍ୟ ରହିଛି । ମାଇକଲ ଜାକସନ ଆଜି ମଧ୍ୟ ବର୍ଷକ ୧୪ କୋଟି ଟଙ୍କା ରୋଜଗାର କରନ୍ତି ।

Bob-Marley

ଏକୁଟିଆ ମାଇକେଲ ନୁହଁ ଏହି ତାଲିକାରେ ସାମିଲ ରହିଛନ୍ତି ଏବ୍ଳିସ ପ୍ରେସଲି ଏବଂ ବବ୍‌ ମାର୍ଲି । ଏହି ଦୁଇ କଳାକାରଙ୍କ ଲୋକପ୍ରିୟତା ସହିତ ରୋଜଗାର ତାଙ୍କ ମୃତ୍ୟୁର ଚାରି ଦଶକ ପରେ ମଧ୍ୟ ରହିଛି । ଏମାନେ ଆଜି ମଧ୍ୟ ନିଜର ସ୍ଥାନ ଫୋର୍ବରେ ଜାରି ରଖିଛନ୍ତି । ପ୍ରେସଲିଙ୍କ ରୋଜଗାର ୩୫ ମିଲିୟନ ଡଲାର ରହିଥିବା ବେଳେ ମାର୍ଲିଙ୍କର ୨୩ ମିଲିୟନ ଡଲାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.