ପିଲାବେଳେ ଶୁଣିଥିବା କାହାଣୀ ବାସ୍ତବରେ ହେଲା ସତ, କଇଁଛ-ଠେକୁଆ ରେସରେ କିଏ ଜିତିଲା ଦେଖନ୍ତୁ

ଆପଣ ପିଲାବେଳେ କଇଁଛ ଏବଂ ଠେକୁଆର କାହାଣୀ ଶୁଣିଥିବେ। କଇଁଛ ଆଉ ଠେକୁଆର ପ୍ରତିଯୋଗିତାରେ ଠେକୁଆକୁ କିପରି ହରାଇ କଇଁଛ ବିଜୟ ହାସଲ କଲା, ତାହା ଆପଣ ନିଶ୍ଚୟ ଶୁଣିଥବେ। କିନ୍ତୁ ଆଜି ଏହି କାହାଣୀ ଆପଣ ଦେଖିବେ ସତସତିକା। ଆମେ ଆପଣଙ୍କ ପାଇଁ ଏକ ଭିଡିଓ ନେଇ ଅରସିଛୁ ଯେଉଁଥିରେ ଆପଣ ଦେଖିପାରିବେ ଯେ ପିଲାବେଳେ ଶୁଣିଥିବା ଏହି କାହାଣୀ ବାସ୍ତବରେ କେମିତି ସତ ହେଉଛି।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଦୁଇ ଜଣ ଏହା ସାଙ୍ଗରେ ପ୍ରତିଯୋଗିତାରେ ଯୋଗ ଦେଲେ। ଆଉ ପ୍ରଥମେ ଠେକୁଆ ବହୁତ ଦୂର ପର୍ଯ୍ୟନ୍ତ ଦୌଡି ଯାଇ ରହିଯାଉଛି। କିନ୍ତୁ ଏପଟେ ଧିରେ ଧିରେ ଆଗକୁ ବଢ଼ି ବଢ଼ି କଇଁଛ ରେସକୁ ଜିତିଗଲା। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।


ଏହି ଭିଡିଓ ବହୁତ ପୁରୁଣା। କିନ୍ତୁ ଏବେ ଏହି ଭିଡିଓକୁ ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଏହି ଭିଡିଓକୁ ୬ ଅଗଷ୍ଟରେ ସେୟାର କରିଥିଲେ ଯାହାକୁ ଏବେ ପର୍ଯ୍ୟନ୍ତ ୬୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଲୋକଙ୍କୁ ଏହି ଭିଡିଓ ଖୁବ୍‌ ପସନ୍ଦ ଆସୁଛି। ଏହାସହିତ ଭିଡିଓକୁ ଦେଖି ଅନେକ ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.