ପୁରୀ: ଡକାୟତୀ ଯୋଜନା ପଣ୍ଡ, ୭ ଜଣିଆ ଗ୍ୟାଙ୍ଗକୁ ଗିରଫ କଲା ପୁରୀ ପୋଲିସ

ପୁରୀ(କେନ୍ୟୁଜ୍): ପଣ୍ଡ ହେଲା ଡକାୟତୀ ଯୋଜନା। ପୋଲିସ କବଜାକୁ ଆସିଲେ ପୁରୀରେ ଆତଙ୍କ ଖେଳାଇଥିବା କୁ୍ଖ୍ୟାତ ଡକାୟତ ଗ୍ୟାଙ୍ଗ। ପୁରୀର ଡାଇମଣ୍ଡ ଜୁଏଲାରୀରେ ଡକାୟତି କରିବାକୁ  ଯୋଜନା କରୁଥିଲେ ଏହି ୭ ଜଣିଆ ଗ୍ୟାଙ୍ଗ। ଶ୍ରୀଜଗନ୍ନାଥ ପାର୍କିଂ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି ।

ସେମାନଙ୍କ ନିକଟରୁ ଲୁହା ରଡ, ପ୍ଲାଷ୍ଟିକ ପାଇପ ଓ ମାରଣାସ୍ତ୍ର ଜବତ ହୋଇଛି । ଏନେଇ ପୁରୀ ଟାଉନ ଥାନାରେ ମାମଲା ରୁଜୁ ସହ ଡକାୟତି ଗ୍ୟାଙ୍ଗକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ତଳଜଂଘର ଟୁଟୁ ସ୍ୱାଇଁ, ନିମାପଡ଼ାର ବୃନ୍ଦାବନ ଦାଶ, ପୁରୀ ସଦରର ଜିତେନ୍ଦ୍ର ବେହେରା, ସିଦ୍ଧ ମହାବୀରର ବାଞ୍ଛା ବେହେରା, ତୋଟା ବେହେରା ସାହିର ସନ୍ତୋଷ ଜଗଦ୍ଦେବ, ତାଳବଣିଆର ଭାଗୀରଥି ପ୍ରଧାନ ଓ ବାସେଳି ସାହିର ସୁଦର୍ଶନ ମାଝୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.