Below header

ରାଉରକେଲା ସ୍ୱତନ୍ତ୍ର କାରଗାରର ୧୭ ଜଣ କଏଦୀ ଓ ଜଣେ କର୍ମଚାରୀ କରୋନା ସଂକ୍ରମିତ

ରାଉରକେଲା (କେ ନ୍ୟୁଜ): ରାଉରକେଲା ସହର ସ୍ୱତନ୍ତ୍ର କାରଗାରକୁ ପ୍ରବେଶ କରିଛି କରୋନା ଭାଇରସ । ଜେଲରେ କାରାଦଣ୍ଡ ଭୋଗୁଥିବା ୧୭ ଜଣ କଏଦୀଙ୍କ ସମେତ ଜଣେ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଛି । ମିଳିଥିବା ସୂଚନା ଅନୁଯାୟୀ କାରାଗାରର ଜଣେ କର୍ମଚାରୀଙ୍କୁ କାଶ, ଥଣ୍ଡା ପରେ ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ରିପୋର୍ଟରୁ ୧୮ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି । ଏହାପରେ ସ୍ୱତନ୍ତ୍ର କାରଗାରରେ ଥିବା କଏଦୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ମୋଟ୍‌ ୩୦ ଜଣ କଏଦୀଙ୍କ ମଧ୍ୟରୁ ୧୭ ଜଣ କରୋନାରେ ସଂକ୍ରମିତ ଅଛନ୍ତି । ଏହାକୁ ନେଇ ଜେଲ ପ୍ରଶାସନଙ୍କ ଚିନ୍ତା ବଢି ଯାଇଛି । ଖବର  ଜଣାପଡିବା ପରେ କାରାଗାରାକୁ ବିଶୋଧନୀକରଣ କରାଯାଇଛି । ସଂକ୍ରମଣ ନ ବ୍ୟାପିବା ପାଇଁ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରଖାଯାଇଥିବା ଜେଲ ଅଧୀକ୍ଷକ ରବୀନ୍ଦ୍ର ନାଥ ମାହାଲି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.