ସାମ୍ନାକୁ ଆସିଲା ରିୟା ଚକ୍ରବର୍ତ୍ତୀଙ୍କ କଲ ରେକର୍ଡ, ମହେଶ ଭଟ୍ଟଙ୍କ ବ୍ୟତୀତ ଏମାନଙ୍କ ସହ ହୋଇଥିଲେ କଥାବାର୍ତ୍ତା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଦିନକୁଦିନ ନୂଆ ମୋଡ ନେବାରେ ଲାଗିଛି । ତେବେ ଏହା ମଧ୍ୟରେ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ କଲ ଡିଟେଲସ ସାମ୍ନାକୁ ଆସିଛି । ଯେଉଁଥିରୁ ଜଣାପଡିଛି ଯେ ସେ 8 ରୁ 14 ଜୁନ ମଧ୍ୟରେ ମହେଶ ଭଟ୍ଟ, ସୁଶାନ୍ତଙ୍କ ବାପା କେକେ ସିଂ ଏବଂ ତାଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଏହାସହିତ ରିୟା ସୁଶାନ୍ତଙ୍କ ସହ ଫୋନରେ ୧୩୭ ଥର କଥାବାର୍ତ୍ତା ହୋଇଥିଲେ।

रिया चक्रवर्ती

ଏକ ରିପୋର୍ଟ ଅନୁଯାୟୀ ରିୟା ଚକ୍ରବର୍ତ୍ତୀଙ୍କ ଗତ ଏକ ବର୍ଷର କଲ ଡିଟେଲସରେ ସେ ସୁଶାନ୍ତଙ୍କ ବ୍ୟତୀତ ଶ୍ରୁତି ମୋଦିଙ୍କୁ ୮୦୮ ଥର କଲ କରିଥିଲେ । ଏହାସହିତ ସେ ସ୍ୟାମୁଏଲ ମିରାଣ୍ଡାଙ୍କୁ ୨୮୯ ଥର ଫୋନ କରିଥିଲେ ଏବଂ ଦୁଇଜଣ ମନୋଚିକିତ୍ସକ (psychiatrist)ଙ୍କୁ ବି ଫୋନ କରିଥିଲେ । କେବଳ ସେତିକି ନୁହେଁ ରିୟା ମହେଶ ଭଟ୍ଟଙ୍କ ସହିତ ମଧ୍ୟ ଫୋନରେ କଥା ହୋଇଥିଲେ । ତାହେଲେ ଆସନ୍ତୁ ଜାଣିବା କାହା ସହ କେତେଥର କଥା ହୋଇଥିଲେ ରିୟା ।

rhea chakraborty

  • ଇନ୍ଦ୍ରଜିତ ଚକ୍ରବର୍ତ୍ତୀ (ରିୟାଙ୍କ ବାପା) – ୧୧୨୨ କଲ
  • ଶୋବିକ ଚକ୍ରବର୍ତ୍ତୀ (ରିୟାଙ୍କ ଭାଇ)- ୮୮୬ କଲ
  • ଶ୍ରୁତି ମୋଦୀ (ସୁଶାନ୍ତଙ୍କ ପୂର୍ବ ବିଜନେସ ମ୍ୟାନେଜର ଏବଂ ରିୟାଙ୍କ ମ୍ୟାନେଜର) – ୮୦୮ କଲ
  • ସ୍ୟାଣ୍ଡି ଚକ୍ରବର୍ତ୍ତୀ – ୫୩୭ କଲ
  • ସ୍ୟାମୁଏଲ ମିରାଣ୍ଡା – ୨୮୯ କଲ
  • ସୁଶାନ୍ତ ସିଂ ରାଜପୁତ- ୧୩୭ କଲ ୨ ମେସେଜ
  • ମହେଶ ଭଟ୍ଟ- ୧୬ କଲ

सुशांत सिंह राजपत, रिया चक्रवर्ती

ସୂଚନା ଅନୁଯାୟୀ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା CBI ସହିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ମଧ୍ୟ ଯାଞ୍ଚ କରୁଛି । ଆଜି ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସିବିଆଇ ସହିତ ମୁମ୍ବାଇରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ପୂର୍ବରୁ ଇଡି ଆଗରେ ହାଜର ହେବାକୁ ମନା କରିଥିବା ରିୟାଙ୍କ ଅପିଲକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖାରଜ କରି ଦେଇଥିଲା। ଯାହା ପରେ ରିୟାଙ୍କୁ ହାଜର ହେବାକୁ ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.