ତୁଳସୀ ଗଛ ବି କରିପାରେ କାଙ୍ଗାଳ, ଭୁଲରେ ବି ଏହି ଦିଗରେ ରଖନ୍ତୁ ନାହିଁ, ଜାଣନ୍ତୁ କିଛି ଜରୁରୀ କଥା

ଧାର୍ମିକ ମାନ୍ୟତା ଅନୁସାରେ ତୁଳସୀ ଗଛ ଧନ ଦେବୀ ମା’ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି | ନିୟମିତ ଭାବେ ସକାଳେ ଓ ସନ୍ଧ୍ୟାରେ ତୁଳସୀ ଗଛକୁ ପୂଜା କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇ ଘରେ ବାସ କରିଥାନ୍ତି | ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ | ମାନ୍ୟତା ଯେ ଭଗବାନ ବିଷ୍ଣୁଙ୍କର ତୁଳସୀ ଅତି ପ୍ରିୟ ହୋଇଥାଏ | ତେଣୁ ତାଙ୍କୁ ତୁଳସୀ ଅର୍ପଣ କଲେ ଦୁଇଗୁଣା ଫଳ ମିଳିଥାଏ |
ପ୍ରତ୍ୟକ ବ୍ୟକ୍ତିଙ୍କୁ ଘରେ ତୁଳସୀ ଗଛ ଲଗାଇବା କଥା | ହେଲେ ଯଦି ଏହାକୁ ଭୁଲ ଦିଗରେ ଲଗାଇଲେ ତେବେ ଶୁଭ ହେବ ପରିବର୍ତ୍ତେ ଅଶୁଭ ହୋଇଥାଏ | ଆସନ୍ତୁ ଜାଣିବା ତୁଳସୀ ସମ୍ପର୍କରେ କିଛି ଜରୁରୀ କଥା |
ଶୁଭ ଦିଗରେ ତୁଳସୀ ଲଗାଇଲେ ମିଳିଥାଏ ବିଶେଷ ଫଳ :
ବାସ୍ତୁ ଅନୁଯାଇ ତୁଳସୀ ଗଛ ଠିକ ଦିଗରେ ଲଗାଇଲେ ଘରେ ସୁଖ ଶାନ୍ତି ମିଳିଥାଏ | ଯଦି ଭୁଲ ଦିଗରେ ଗଛ ଲଗାନ୍ତି ତେବେ ଏହା ଘର ପାଇଁ ବଡ ସଙ୍କଟ ଆଣିଥାଏ | ଭୁଲ ଦିଗରେ ଗଛ ଲଗାଇଲେ ଘରକୁ ନେଗେଟିଭ ଶକ୍ତି ଆସିଥାଏ | ଫଳରେ ଶାରୀରିକ, ଆର୍ଥିକ ଓ ମାନସିକ ସଙ୍କଟ ଦେଖାଦେଇଥାଏ |
ଏହି ଦିଗରେ ଲଗାନ୍ତୁ ତୁଳସୀ ଗଛ :
ପୂର୍ବ ଦିଗରେ ତୁଳସୀ ଗଛ ଲଗାଇଲେ ଉତ୍ତମ ହୋଇଥାଏ | ଯଦି ଆପଣଙ୍କ ପୂର୍ବ ଦିଗରେ ଜାଗା ନଥାଏ ତେବେ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ତୁଳସୀ ଲଗାଇ ପାରିବେ | ଏହି ଦିଗରେ ଲଗାଇଲେ ଲକ୍ଷ୍ମୀଙ୍କ କୃପା ମିଳିଥାଏ |
ହେଲେ ଦକ୍ଷିଣ ଦିଗରେ ଭୁଲରେ ଲଗାନ୍ତୁ ନାହିଁ ତୁଳସୀ ଗଛ | କାରଣ ଦକ୍ଷିଣ ଦିଗ ପିତୃ ପୁରୁଷଙ୍କ ଦିଗ ହୋଇଥିବାରୁ ଏଠାରେ ତୁଳସୀ ଲଗାଇଲେ ଲାଭ ଜାଗାରେ କ୍ଷତି ହେବ |
ତୁଳସୀ ଗଛ ଲଗାଇବା ବେଳେ ଏହି ସବୁକଥା ପ୍ରତି ରଖନ୍ତୁ ଧ୍ୟାନ :
– ତୁଳସୀ ଗଛ କେବେ ବି ଘରର ଛାତ ଉପରେ ଲଗାନ୍ତୁ ନାହିଁ | ଏହା ଅଶୁଭ ହୋଇଥାଏ |
– ତୁଳସୀ ଗଛ ନିକଟରେ କଣ୍ଟାଯୁକ୍ତ ଗଛ ଲଗାନ୍ତୁ ନାହିଁ | ତେବେ କଦଳୀ ଗଛ ଲଗାଇବା ଶୁଭ ହୋଇଥାଏ | କୁହାଯାଏ କଦଳୀ ଗଛରେ ବିଷ୍ଣୁଙ୍କ ବାସ ହୋଇଥାଏ |
– ରବିବାର ଓ ଏକାଦଶୀ ଦିନ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ ନାହିଁ | କିମ୍ବା ତୁଳସୀ ଗଛକୁ ପୂଜା କରନ୍ତୁ ନାହିଁ | ଏହି ଦିନ ତୁଳସୀ ପତ୍ର ବି ଛିଡାନ୍ତୁ ନାହିଁ |