Below header

ନିଆରା ବିବାହ: ବର ଶତ ପ୍ରତିଶତ ଦୃଷ୍ଟିହୀନକୁ କନ୍ୟା ୫୦ ପ୍ରତିଶତ ଭିନ୍ନକ୍ଷମ

ଜଣେ ଦୃଷ୍ଟିହୀନ ଅନ୍ୟ ଜଣେ ଦିବ୍ୟାଙ୍ଗ । ଉଭୟ ସାତଜନ୍ମ ପାଇଁ ସାଥୀ ହେବାକୁ ପରସ୍ପରର ହାତ ଧରିଛନ୍ତି । ଏମିତି ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି କେନ୍ଦ୍ରାପଡା ଗୋପ ସ୍ଥିତ ରାମ ମନ୍ଦିର ପରିସରରେ । ବର ଅଲେଖ ଚନ୍ଦ୍ର ଜେନା । ଶତ ପ୍ରତିଶତ ଦୃଷ୍ଟିହୀନ ହୋଇଥିବା ବେଳେ କନ୍ୟା ଦମୟନ୍ତୀ ପଚାଶ ପ୍ରତିଶତ ଭିନ୍ନକ୍ଷମ । ଉଭୟଙ୍କ ବିବାହ ଉତ୍ସବ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦ୍ରାପଡା(କେନ୍ୟୁଜ୍): ଜଣେ ଦୃଷ୍ଟିହୀନ ଅନ୍ୟ ଜଣେ ଦିବ୍ୟାଙ୍ଗ । ଉଭୟ ସାତଜନ୍ମ ପାଇଁ ସାଥୀ ହେବାକୁ ପରସ୍ପରର ହାତ ଧରିଛନ୍ତି । ଏମିତି ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି କେନ୍ଦ୍ରାପଡା ଗୋପ ସ୍ଥିତ ରାମ ମନ୍ଦିର ପରିସରରେ । ବର ଅଲେଖ ଚନ୍ଦ୍ର ଜେନା । ଶତ ପ୍ରତିଶତ ଦୃଷ୍ଟିହୀନ ହୋଇଥିବା ବେଳେ କନ୍ୟା ଦମୟନ୍ତୀ ପଚାଶ ପ୍ରତିଶତ ଭିନ୍ନକ୍ଷମ । ଉଭୟଙ୍କ ବିବାହ ଉତ୍ସବ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ବେଦୀ ଉପରେ ଚାଲିଥିଲା ମନ୍ତ୍ର ପାଠ । ପବିତ୍ର ହୋମ ଅଗ୍ନିକୁ ସାକ୍ଷୀ ରଖି ବର କନ୍ୟାଙ୍କର ପଡିଥିଲା ହାତଗଣ୍ଠି । ତେବେ ଅନ୍ୟ ବିବାହ ପରି ଏହା ଏକ ସାଧାରଣ ବିଭାଘର ନଥିଲା । କାରଣ ଏଠି ଦୃଷ୍ଟିହୀନ ବର ସହିତ ଭିନ୍ନକ୍ଷମ କନ୍ୟାଙ୍କର ହେଉଥିଲା ବାହାଘର। ବର ବେଶରେ ବେଦୀରେ ଅଲେଖ ଓ କନ୍ୟା ରୂପରେ ଦମୟନ୍ତୀ ବସିଥିଲେ। ଉଭୟ ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ପରସ୍ପରକୁ ସାତ ଜନ୍ମ ପାଇଁ ବରଣ କରିଥିଲେ। ନିଜନିଜ ଭିତରେ ଥିବା ଅଭାବକୁ ପଛରେ ପକାଇ ପରସ୍ପରର ସାହାରା ପାଲଟିବା ପାଇଁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ନିଷ୍ପତିକୁ ପରିବାର ଲୋକେ ସ୍ୱୀକୃତି ଦେବା ପରେ ବଡ ଧୁମଧାମରେ ରାମ ମନ୍ଦିର ପରିସରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା ।

ଏହି ନିଆରା ବିବାହରେ ଅଲେଖ ଓ ଦମୟନ୍ତୀଙ୍କ ପରିବାର ସଦସ୍ୟଙ୍କ ସମେତ ସ୍ଥାନୀୟ ଲୋକେ ମଧ୍ଯ ଯୋଗଦେଇ ବରକନ୍ୟାଙ୍କୁ ଆଶୀର୍ବାଦ କରିଥିଲେ । ବର ଅଲେଖ ଚନ୍ଦ୍ରଙ୍କ ଘର ଡେରାବିଶ ବ୍ଲକ ଅନ୍ତର୍ଗତ ଚକ ରଘୁନାଥ ପୁର ଗ୍ରାମରେ । ସେ ଅଯୋଧ୍ୟା ନଗର ସ୍ଥିତ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟରେ ପ୍ରଥମେ ଛାତ୍ର ଥିଲେ ଏବେ ସେଠାରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି କନ୍ୟା ଦମୟନ୍ତୀ ମଧ୍ଯ ଅଯୋଧ୍ୟା ନଗର ଗାଁର ବାସିନ୍ଦା । ଏହି ବିବାହରେ ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବରଯାତ୍ରୀ ଭାବେ ଯୋଗଦେଇ ଥିଲେ । ସେହିପରି ଉଭୟ ପକ୍ଷରୁ ଅନେକ ବନ୍ଧୁ ବାନ୍ଧବ ଉପସ୍ଥିତ ରହି ବରକନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

ଏପଟେ ଏହି ବିବାହ ପରେ ବେଶ୍‌ ଖୁସି ଅଛନ୍ତି ଅଲେଖ ଓ ଦମୟନ୍ତୀ । ଉଭୟ ଉଭୟଙ୍କ ଅଭାବକୁ ପୂରଣ କରିବା ସହିତ ସାରା ଜୀବନ ପରସ୍ପରର ସାଥ୍ ଦେବାକୁ ପ୍ରତିଶୃତି ଦେଇ, ଆଗାମୀ ଜୀବନ ପାଇଁ ଗୁରୁଜନଙ୍କ ଠାରୁ ଆଶିର୍ବାଦ ଲୋଡିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.