Below header

‘ଦ ରେନ ମ୍ୟାନ’; ଏମିତି ଜଣେ ରହସ୍ୟମୟ ମଣିଷ, ଯିଏ ମାତ୍ର ୭ ବର୍ଷ ବୟସରେ ଜେଜେ ମା’ଙ୍କ ଯୌନ ଶୋଷଣର ହୋଇଥିଲେ ଶିକାର

ପୃଥିବୀରେ ଏମିତି ଅନେକ କିଛି ଜିନିଷ ରହିଛି, ଯାହା ବିଷୟରେ ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକମାନେ ପତ୍ତା ଲଗାଇପାରିନାହାନ୍ତି। କିନ୍ତୁ ଦୁନିଆରେ ଏମିତି କିଛି ଲୋକ ରହିଛନ୍ତି, ଯାହାଙ୍କ ରହସ୍ୟ ବିଷୟରେ ଆଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଅଜଣା ରହିଛି। ଏମିତି ଏକ ରହସ୍ୟମୟ କାହାଣୀ ଆମେରିକାର ପେନସିଲିଭାନିଆରେ ରହୁଥିବା ଡୋନାଲ୍ଡ ଉର୍ଫ ଡନ ଡେକାରଙ୍କର ରହିଛି। ଯିଏକି ଦୁନିଆର ‘ ଦ ରେନ ମ୍ୟାନ’ ନାମରେ ପରିଚିତ। ଡନ ଡେକରଙ୍କ ସହିତ ଘଟିଥିବା ଘଟଣା ମଧ୍ୟ ଆଜିଯାଏଁ ରହସ୍ୟ ହୋଇ ରହିଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଡନ ଡେକର ଆଜି ପର୍ଯ୍ୟନ୍ତ ମଧ୍ୟ ଯେଉଁ ଜାଗାକୁ ଯାଆନ୍ତି, ସେ ଜାଗାରେ ହଠାତ୍‌ ବର୍ଷା ଆରମ୍ଭ ହୋଇଯାଏ।

don

ସୂଚନା ଅନୁସାରେ, ୧୯୮୩ ମସିହାରେ ଡନ ଡେକର ମାତ୍ର ୨୧ ବର୍ଷର ହୋଇଥିଲେ। ସେତେବେଳେ ସମ୍ପତ୍ତି ସହିତ ଜଡିତ କୌଣସି ଚୋରି ମାମଲାକୁ ନେଇ ଜେଲ ଯାଇଥିଲେ। ସେ ଜେଲରେ ଥିବା ବେଳେ ତାଙ୍କ ଜେଜେ ମାଙ୍କର ହଠାତ ମୃତ୍ୟୁ ଘଟିଥିଲା। ଯେଉଁଥି ପାଇଁ ତାଙ୍କ ଅନ୍ତିମ ସଂସ୍କାରରେ ସେ ଯୋଗ ଦେବା ପାଇଁ ସର୍ତ୍ତ ମୁତାବକ ଜେଲରୁ ବାହାରିଥିଲେ। ଡନ ଯେତେବେଳେ ମାତ୍ର ୭ ବର୍ଷ ଥିଲେ, ତାଙ୍କ ଜେଜେ ମା’ ତାଙ୍କର ଯୌନ ଶୋଷଣ କରିଥିଲେ।

rain

ଏହା ପରେ ଜେଜେ ମାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପରେ ତାଙ୍କର ଜଣେ ବନ୍ଧୁଙ୍କ ଘରେ ରହିଗଲେ। କିନ୍ତୁ ତାଙ୍କ ଘରେ ଡନ ରହିବା ସମୟରେ ତାଙ୍କ ଛାତରୁ ପାଣି ବୁନ୍ଦା ପଡିବାକୁ ଲାଗିଥିଲା। ସେମାନେ ବାହାରକୁ ଯାଇ ଦେଖିଥିଲେ, କୌଣସି ବର୍ଷା ନଥିଲା। କି ଛାତରୁ ପାଣି ବୋହିବାର କୌଣସି ସ୍ରୋତ ମଧ୍ୟ ନଥିଲା। କିନ୍ତୁ ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଯେଉଁଠାରେ ଡନ ବସିଥିଲେ, ତାଙ୍କୁ କିଛି ଅଜୀବ ଅନୁଭୂତ ହୋଇଥିଲା। କିନ୍ତୁ ସେ ଜାଣିପାରିନଥିଲେ, ଏହା କ’ଣ ଥିଲା। ତା’ ପରେ ଡନଙ୍କ ସାଙ୍ଗ ତାଙ୍କୁ ଘରୁ ବାହାରକୁ ନେଇଆସିଲେ, ଡନ ବାହାରକୁ ଆସିବା ପରେ ହଠାତ ବର୍ଷା ବନ୍ଦ ହୋଇଗଲା। ସେମାନେ ଜାଣିପାରିଲେନି ଏହା କେମିତି ହେଲା।

decor

ଆଉ ଏମିତି ଏକ ଘଟଣା ଡନଙ୍କ ସହିତ ରେଷ୍ଠୁରାଣ୍ଟରେ ଘଟିଥିଲା। ଯେମିତି ଡନ ରେଷ୍ଟୁରାଣ୍ଟରେ ପହଞ୍ଚିଛନ୍ତି, ସେଠାରେ ବର୍ଷା ଆରମ୍ଭ ହେବାକୁ ଲାଗିଥିଲା। ଏପରି ଦେଖି ରେଷ୍ଟୁରାଣ୍ଟର ମାଲିକ ଭାବିଥିଲେ ଡନଙ୍କ ଉପରେ କୌଣସି ଭୂତ ପ୍ରେତର ଛାଇ ରହିଛି। ଏଥିପାଇଁ ସେ ଡନଙ୍କ ଦେହରେ ହୋଲି କ୍ରସ ଲଗାଇଦେଲେ। ଏମିତି କରିବା ସଙ୍ଗେ ସଙ୍ଗେ ଡନଙ୍କ ତ୍ୱଚାର ହଠାତ୍‌ ଜଳିଯାଇଥିଲା। କିନ୍ତୁ ରେଷ୍ଟୁରାଣ୍ଟରୁ ବାହାରକୁ ଗଲା ପରେ ତାଙ୍କ ତ୍ୱଚା ଆପେ ଆପେ ଠିକ୍‌ ହୋଇଯାଇଥିଲା। ତା’ ପରେ ସେ ବୁଝିନେଇଥିଲେ କି, କେବଳ ଘର ଭିତରେ ହିଁ ତାଙ୍କ ସହିତ ଏପରି କାଣ୍ଡ ଘଟୁଛି।

man

ତା’ ପରେ ଡନଙ୍କୁ ଜେଲରୁ ମିଳିଥିବା ଦିନ ସରିଆସିବା ପରେ ପୁଣି ସେ ଜେଲ ଚାଲିଗଲେ। ସେଠାରେ ଥିବା ବେଳେ ମଧ୍ୟ ତାଙ୍କ ସହିତ ସେପରି କିଛି ଘଟଣା ଘଟିଲା। ଯାହାକୁ ଦେଖି ଜେଲର ପୋଲିସ କର୍ମୀ ସବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରି ଦେଖି, ଜେଲ ଅଧିକାରୀ ଜଣେ ପାଦ୍ରୀଙ୍କୁ ଡାକିଲେ। ଜେଲରେ ପାଦ୍ରୀ ବାଇବେଲ ପଢିବାକୁ ଆରମ୍ଭ କରିବା ମାତ୍ରେ ସେଠାରେ ବର୍ଷା ହୋଇ କେବଳ ବାଇବେଲ ନୁହେଁ ଅନ୍ୟ ସବୁ ଜିନିଷ ମଧ୍ୟ ଓଦା ହୋଇଗଲା। କିନ୍ତୁ ଅଳ୍ପ ସମୟ ବାଇବେଲ ପଢିବା ପରେ ବର୍ଷା ହଠାତ୍‌ ବନ୍ଦ ହୋଇଗଲା। ଏହା ଡନଙ୍କ ସହିତ ଅନ୍ତିମ ଘଟଣା ଥିଲା। ତା’ ପରେ ଏପରି କିଛି ଡନଙ୍କ ସହିତ ଘଟିନାହିଁ।

decker

କିଛି ବର୍ଷ ପରେ ଡନ ଏବଂ ଟିଭି ଚ୍ୟାନେଲର ଇଣ୍ଟରଭ୍ୟୁରେ କହିଥିଲେ, ବୋଧ ହୁଏ ତାଙ୍କ ଜେଜେ ମା’ ଏପରି କିଛି କରାଉଥିଲେ। ଡନଙ୍କ ସହିତ ହୋଇଥିବା ଘଟଣାକୁ ଏପର୍ଯ୍ୟନ୍ତ ଅନେକ ଲୋକ ବିଶ୍ୱାସ କରୁନାହାନ୍ତି। ଆଉ କିଛି ଲୋକ ଏମିତି ରହିଛନ୍ତି, ଯେଉଁମାନେ ଏହାକୁ ଅଲୌକିକ ବୋଲି ମାନୁଛନ୍ତି। କିନ୍ତୁ କିଛି ପାରାନର୍ମାଲ ଗବେଷକ ଏହା ଉପରେ ଗବେଷଣା ଚଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.