Below header

ଗ୍ରାହକଙ୍କ ପାଇଁ ଦମଦାର ସୁବିଧା ଆଣିଲା ରିଲାଏନ୍ସ ଜିଓ, ଆଉ କରିବାକୁ ପଡ଼ିବନି ବାରମ୍ବାର ରିଚାର୍ଜ

ଦେଶର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଲକଡାଉନ ସମୟରେ ନିଜର ଏକ ଦମଦାର ପ୍ରିପେଡ଼ ପ୍ଲାନ ଲଂଚ କରିଛି । ଏହାର ମୂଲ୍ୟ କମ୍ପାନୀ ତରଫରୁ ୯୯୯ ଟଙ୍କା ରଖାଯାଇଛି । ୟୁଜର୍ସଙ୍କୁ ଏହି ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ସମେତ ଫ୍ରି ଜିଓ ଆପ୍ସ ଗୁଡିକର ସବସ୍କ୍ରିପସନ ସୁବିଧା ବି ପାଇପାରିବେ । ଖାଲି ସେତିକି ନୁହେଁ ଏଥିରେ ୟୁଜର୍ସଙ୍କୁ ୧୦୦ ଏସଏମଏସର ସୁବିଧା ବି ମିଳିପାରିବ | କଳିଙ୍ଗ ପାଇଁ କମ୍ପାନୀ ତରଫରୁ ୩,୦୦୦ ନନ-ଜିଓ ମିନିଟର ସୁବିଧା ମଧ୍ୟ ମିଳିବ । ଏହା ସହ ୟୁଜର୍ସ ଏହି ପ୍ଲାନ ଜରିଆରେ ଜିଓ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ ବି କରିପାରିବେ । ଏସବୁ ବାଦ କମ୍ପାନୀ ତରଫରୁ ଏହି ସ୍ପେଶାଲ ରିଚାର୍ଜ ପ୍ଲାନରେ ଜିଓ ପ୍ରିମିୟମ ଆପ୍ସ ସବସ୍କ୍ରିପସନ ପାଇଁ ବି ସୁବିଧା ମିଳିପାରିବ । ଏହି ପ୍ୟାକର ବୈଧତା ୮୪ ଦିନ ପର୍ଯ୍ୟନ୍ତ ରହିବ ବୋଲି ଜଣାଯାଇଛି ।

jio new

ନିକଟରେ ହିଁ ରିଲାଏନ୍ସ ଜିଓ ପକ୍ଷରୁ “ବୋର୍କ ଫ୍ରମ ହୋମ” କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ୨୩ ,୯୯ ଟଙ୍କା ଵାଲା ପ୍ରି-ପେଡ ପ୍ଲାନ ଲଂଚ କରାଯାଇଥିଲା । ଯାହାର ବୈଧତା ୩୬୫ ଦିନ ରହିବା ସହ ପ୍ରତିଦିନ ଗ୍ରାହକଙ୍କୁ ୨ ଜିବି ଡାଟା ସୁବିଧା ମିଳିପାରିବ । ଏହାବାଦ ସମସ୍ତ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ କରିବା ସହିତ ମେସେଜିଙ୍ଗର ସୁବିଧାର ଲାଭ ଉଠାଇ ପାରିବା ସହ ଜିଓ ଆପ୍ସ ସବସ୍କ୍ରିପସନର ସୁବିଧା ବି ପାଇପାରିବେ । ଏହାବାଦ କମ୍ପାନୀ ମଧ୍ୟ ୨୧୨୧ ଟଙ୍କିଆ, ୩୩୬ ଟଙ୍କିଆ ପ୍ଲାନ ଗୁଡିକ ମଧ୍ୟ ଲଂଚ କରିଛନ୍ତି । ଯେଉଁଥିରେ ଗ୍ରାହକଙ୍କୁ ପ୍ରତିଦିନ ୧ .୫ ଜିବି ଡାଟା ସମେତ ସମସ୍ତ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗ ଓ ମେସେଜିଙ୍ଗ ସୁବିଧା ମାନ ବି ପାଇପାରିବେ । ଏସବୁ ବାଦ କମ୍ପାନୀ ପୂର୍ବରୁ ୧୫୧ ଟଙ୍କିଆ, ୨୦୧ ଟଙ୍କିଆ, ୨୫୧ ଟଙ୍କିଆ ପ୍ଲାନ ଗୁଡିକ ମଧ୍ୟ ଲଞ୍ଚ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.