ଓଲ୍ଡ ଇଜ୍ ଗୋଲ୍ଡ : ଆଜି ବି ୫୧ ବର୍ଷ ବୟସରେ ପ୍ରିୟଙ୍କା-ଦୀପିକାଙ୍କୁ ଟକ୍କର ଦେଉଛନ୍ତି ମାଧୁରୀ

ବଲିଉଡର ଧକ୍-ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ ଆଜି ନିଜର ୫୧ତମ ଜନ୍ମଦିନ ପାଳନ କରିଛନ୍ତି। ୫୦ ବର୍ଷ ପାର୍ ହେବା ପରେ ମଧ୍ଯ ଆଜି ବି ମାଧୂରୀ ଦୀକ୍ଷିତ ୩୦ ବର୍ଷ ପୁରୁଣା ମୋହିନୀଙ୍କ ଭଳି ନଜର ଆସୁଛନ୍ତି। ତାଙ୍କର ଅନ୍ଦାଜ୍ ଆଜି ବି ଲୋକଙ୍କୁ ନିଜର ଦିୱାନା କରୁଛି। ତେବେ ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା କିଛି ଖାସ୍ କଥା, ଯାହା ବିଷୟରେ ଆପଣମାନେ କେବେ ବି ଜାଣିନଥିବେ। ୫୧ ବର୍ଷରେ ପାଦ ଦେଇଥିଲେ ମଧ ଆଜି ବି ମାଧୁରୀ ପ୍ରିୟଙ୍କା ଚୋପ୍ରା ଏବଂ ଦୀପିକା ପାଦୁକୋନଙ୍କୁ ଟକ୍କର ଦେଉଥିବାର ନଜର ଆସିଛନ୍ତି।

୨୫୦ କୋଟିର ମାଲିକାଣୀ ହେଉଛନ୍ତି ମାଧୁରୀ

maadhuriସମ୍ପତି କଥା କହିବାକୁ ଗଲେ ଆଜି ମଧ୍ଯ ମାଓଧୁରୀ ବଲିଉଡର ସବୁଠାରୁ ଅଧିକ ଟଙ୍କା ନେଉଥିବା ଅଭିନେତ୍ରୀ। ସେ ପାଖାପାଖି ୨୫୦ କୋଟି ଟଙ୍କାର ମାଲିକାଣୀ। ଆଜିକାଲି ମାଧୁରୀ ଫିଲ୍ମରେ ଖୁବ୍ କମ ନଜର ଆସୁଛନ୍ତି କାରଣ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ସେ ୪ ରୁ ୫ କୋଟି ଟଙ୍କା ଦାବି କରିଥାନ୍ତି। ଏଥିସହ ଟେଲିଭିଜନରେ ପ୍ରସାରିତ ହେଉଥିବା ରୟଲିଟି ଶୋ’ ର ପ୍ରତି ଶେସନ ପାଇଁ ୨୫ କୋଟି ଟଙ୍କା ଚାର୍ଜ କରିଥାନ୍ତି। ଏଥିରୁ ଆପଣମାନେ ଭାବିପାରୁଥିବେ ସେ ପ୍ରତ୍ଯେକ ବର୍ଷ ୫୦ କୋଟିରୁ ଅଧିକ ଆୟ କରିପାରୁଛନ୍ତି କି ନାହିଁ। ବଲିଉଡର ଅନେକ କଳାକାର ଏବଂ ମଡେଲରମାନେ ମଧ୍ଯ ବର୍ଷକୁ ଏତେ ଟଙ୍କା ଆୟ କରିପାରୁନଥିବେ।

madhuriମାଧୁରୀଙ୍କର କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ ଅନେକ ସମ୍ପତି ରହିଛି। ମୁମ୍ବାଇ ଏବଂ ଆମେରିକାରେ ତାଙ୍କର ଅନେକ ରେଜୀଡେଂସିୟଲ୍ସ ଆପାର୍ଟମେଣ୍ଟ ଏବଂ କମର୍ସିୟାଲ ପ୍ରପଟି ରହିଛି। ସୂଚନା ମୁତାବକ କିଛି ଦିନ ପୂର୍ବରୁ ସେ ଫ୍ଲୋରିଡାରେ ମଧ୍ଯ ଖୁବ୍ ବଡ ସମ୍ପତି କିଣିଛନ୍ତି। ସେହିଭଳି ମିୟାମୀରେ ସେ ଏକ ବଡ ମଲ୍ ମଧ୍ଯ କିଣିଛନ୍ତି। ତାଙ୍କ ପାଖରେ ଅଡ୍ଡି, ରଲ୍ସ ରଏଜ୍ ଏବଂ ସ୍କୋଡା ରେପିଡ ଭଳି ଅନେକ ଲଗଜୁରୀ ଗାଡି ତାଙ୍କ ପାଖରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.