Below header

ରାୟଗଡ଼ା-ଗଜପତି-ଗଞ୍ଜାମ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ଓ 5T ସଚିବ, ବିଭିନ୍ନ ସ୍ଥାନ ପରିଦର୍ଶନ ସହ କରୁଛନ୍ତି ସ୍ଥିତି ସମୀକ୍ଷା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ଓ 5T ସଚିବ । ରାୟଗଡ଼ା ଜିଲ୍ଲାର ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିବା ସହ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି । କରୋନା ମୁକାବିଲା ପାଇଁ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁର ପ୍ରତିଷ୍ଠା କରିବା ସହ କୋଭିଡ୍‌ ପରୀକ୍ଷା କେନ୍ଦ୍ର କାର୍ଯ୍ୟକ୍ଷମ ନେଇ ଆଲୋଚନା କରିଛନ୍ତି । ଗସ୍ତ ସମୟରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଏସ୍‌ପି ଉପସ୍ଥିତ ଥିଲେ ।

5tଏହା ପରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି। ଏହାପରେ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ । ଗଞ୍ଜାମ ଜିଲ୍ଲାକୁ ପ୍ରବାସୀ ଓଡ଼ିଆଙ୍କ ସୁଅ ଛୁଟୁଥିବା ବେଳେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ଧୀରେ ଧୀରେ ବଢୁଛି ।

ତେଣୁ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଉଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌ । ଗସ୍ତ ସମୟରେ ସେରଗଡ, ହିଞ୍ଜିଳି, କବି ସୂର୍ଯ୍ୟନଗର, ଆସିକା, ପୋଲସରା, ବ୍ରହ୍ମପୁରରେ କୋଭିଡ ସ୍ଥିତିର ସମୀକ୍ଷା କରିବେ । କୋଭିଡ୍‌ କେୟାର ସେଣ୍ଟର ପରିଦର୍ଶନ କରିବା ସହ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.