Below header

ପୁଣି ପ୍ରବାସୀ ଶ୍ରମିକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ! ଘରକୁ ଫେରୁଥିବା ଶ୍ରମିକଙ୍କ ଘର ବାହୁଡା ରହିଗଲା ଅଧାରେ, ଜଣେ ମୃତ ୧୦ ଆହତ

କରୋନା ଲକଡାଉନ ପାଇଁ ବାହାର ରାଜ୍ୟରେ ଫସି ରହିଛନ୍ତି ଅନେକ ପ୍ରବାସୀ ଶ୍ରମିକ। ଲକଡାଉନ କାରଣରୁ ଆର୍ଥିକ ସଂକଟରେ ଥିବା ପ୍ରବାସୀ ଶ୍ରମିକ ଘର ମୁହାଁ ହେଉଛନ୍ତି। ଶ୍ରମିକଙ୍କ ଘର ବାହୁଡାକୁ ନେଇ ଅନେକ ଦୁଃଖଦ ଘଟଣା ଘଟୁଛି। କିଏ ଚାଲି ଚାଲି ଆସିବାବେଳେ ରାସ୍ତାରେ ସନ୍ତାନ ଜନ୍ମ ହେଉଛନ୍ତି ତ ଆଉ କାହା ପାଇଁ ଘର ବାହୁଡା ହୋଇଯାଉଛି ଶେଷ ବାହୁଡା।

ପ୍ରବାସୀ ଶ୍ରମିକଙ୍କ ଆଉ ଏକ ଦୁଃଖଦ ଘଟଣା ଘଟି ଯାଇଛି। ଘରକୁ ଫେରୁଥିବା ଲୋକଙ୍କ ସହିତ ଘଟିଯାଇଛି ଦୁର୍ଘଟଣା। ଗତକାଲି ଅର୍ଥାତ ୧୪ ମେ ପରେ ପୁଣି ଥରେ ଗୁନାର ସେହି ସ୍ଥାନରେ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଗୁନାର ୪୬ ନମ୍ବର ଜାତୀୟ ରାଜପଥରେ ହୋଇଛି। ୧୪ ମେ ବିଳମ୍ବିତ ରାତିରେ ପୁନେ ରୁ ଉତ୍ତରାଖଣ୍ଡ ବାଗେସ୍ୱର ଯାଉଥିବା ଏକ ଟେମ୍ପୋ ସହିତ ଟ୍ରକର ମୁହାଁମୁହିଁ ଧକ୍କ ହୋଇଛି।

ଏହି ଧକ୍କା ଏତେ ଜୋରରେ ଥିଲା ଯେ ଗାଡ଼ିରେ ଥିବା ସମସ୍ତ ଲୋକ ଗମ୍ଭୀର ଭାବେ ଆହତ ହୋଇଛନ୍ତି ଏବଂ ଜଣେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଏହି ସମସ୍ତ ଆହତଙ୍କୁ ଗୁଆଲୀୟର ଟ୍ରମା ସେଣ୍ଟରକୁ ପଠାଯାଇଛି। ସୂଚନା ଅନୁଯାୟୀ ଏମାନେ ସମସ୍ତେ ପୁନେର ଏକ ହୋଟେଲରେ ୱେଟର କାମ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.