ପଂଚାୟତର ନୂତନ ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ: ୮ଗୁରୁତର, ୧୪ ଜଣଙ୍କ ନାରେ ମାମଲା ରୁଜୁ

ବାଲିଗୁଡା: ପଂଚାୟତର ନୂତନ ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ । କନ୍ଧମାଳ ଜିଲ୍ଲା କୋଟଗଡ ବ୍ଳକ୍ ର ନୂତନ ଯୁବାଗୁଡା ପଂଚାୟତ କାର୍ଯ୍ଯାଳୟ ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ ଓ ଭଙ୍ଗାରୁଜା । ୨୦୧୭ ପଞ୍ଚାୟତ ନିର୍ବାଚନରେ ନୂତନ ଭାବେ ଯୁବାଗୁଡା ପଞ୍ଚାୟତ ଗଠିତ ହୋଇଥିବାବେଳେ ଯୁବାଗୁଡା ମୌଜାର ମହାଡାମାହା ଠାରେ ନୂତନ କାର୍ଯ୍ଯାଳୟ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥିଲା । କିନ୍ତୁ ଯୁବାଗୁଡାର କିଛି ଅସାଧୁ ବ୍ଯକ୍ତି ଏହାକୁ ବିରୋଧ କରିବା ସହ ନିର୍ମାଣ କାର୍ଯ୍ଯ ଚାଲୁଥିବା ସମୟରେ ସଂଘବଧ ହୋଇ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ କରିଛନ୍ତି ସରପଞ୍ଚ ଓ ଗ୍ରାମବାସୀ ।

attackକେବଳ ସେତିକି ନୁହେଁ ନିର୍ମାଣ କାର୍ଯ୍ଯରେ ସହଯୋଗ କରୁଥିବା ବ୍ଯକ୍ତିଙ୍କୁ ମଧ୍ଯ ମାଡ ମାରି ଲହୁ ଲୁହାଣ କରାଯାଇଥିଲେ । ତେବେ ଏହି ଆକ୍ରମଣ ଫଳରେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ଭଙ୍ଗାରୁଜା କରିବାସହ ମାଡ ମାରିଥିବା ନେଇ କୋଟଗଡ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ୍ ଚଉଦ ଜଣଙ୍କ ନାରେ ମାମଲା ରୁଜୁ କରିବା ସହ ଜଣଙ୍କୁ ଗିରଫ କରିଛି । ତେବେ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ଯରେ ବାଧା ଦେଉଥିବା ସମସ୍ତ ଅସାଧୁ ବ୍ଯକ୍ତିଙ୍କ ବିରୋଧ କଠୋର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବା ନେଇ ଗ୍ରାମବାସୀମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.