ରାଜ୍ୟରେ ସୁସ୍ଥ ହେଲେ ଆଉ ୮ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଉ ୮ କରୋନା ଆକ୍ରାନ୍ତ ସୁସ୍ଥ । ଯାଜପୁରରୁ ୪, ଭଦ୍ରକରୁ ୨, ବାଲେଶ୍ୱର ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୧୬୬ ଜଣ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି ।ତେବେ ଗତକାଲି ଏକାଥରକେ ରାଜ୍ୟର ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ସୁସ୍ଥ ହୋଇଥିବା ଆକ୍ରାନ୍ତ ସବୁ ଯାଜପୁର ଜିଲ୍ଲାର ଥିଲେ । ତେବେ ଏହାକୁ ମିଶାଇ ଯାଜପୁରରେ ସମୁଦାୟ ୪୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଆଜି ୪ଜଣଙ୍କୁ ମିଶାଇ ସମୁଦାୟ ୫୨ଜଣ ସୁସ୍ଥ ହେଲେ ।

ସୂଚନା ଥାଉକି, ଆଜି ରାଜ୍ୟରେ ନୂଆ ୪୮ କରୋନା ପଜିଟିଭ୍‌ ଚିହ୍ନଟ। ୨୪ ଘଣ୍ଟାରେ ସମୁଦାୟ ୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡାରେ ସର୍ବାଧିକ ୧୩ଜଣ ଆକ୍ରାନ୍ତ ହୋଇଛନ୍ତି ।  ସେହିପରି ବାଲେଶ୍ୱରରେ ୧୨, ଗଞ୍ଜାମରୁ ୧୨, ପୁରୀରୁ ୧୦, ଭଦ୍ରକରୁ ୬, ନୟାଗଡ଼ରୁ ୩, ଯାଜପୁରରୁ ୨, କଟକରୁ ଜଣେ ଓ ଦେବଗଡ଼ରୁ ଜଣେ ପଜିଟିଭ୍‌ ହୋଇଛନ୍ତି । ପୁରୀର ସମସ୍ତ ୧୦ ପଜିଟିଭ୍‌ ସୁରତ ଫେରନ୍ତା, ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.