Below header

ପିଲାଦିନେ ‘ଭୂତ’ ସହ ମସ୍ତି କରିଥିଲେ ସାରା ଅଲ୍ଲୀ ଖାନ୍, ଫଟୋ ସେୟାର କରି ଖୋଲିଲେ ପୁରୁଣା ରାଜ୍

ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ପିଲାଦିନର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। କିନ୍ତୁ ବର୍ତ୍ତମାନ ଏଭଳି ଏକ ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣମାନେ ମଧ୍ଯ ନିଜର ହସ ରୋକିପାରିବେନି। ସାରା ଅଲ୍ଲୀ ଖାନ୍ ନିଜର ଅଭିନୟ ସହ ମସ୍ତିଭରା ଅନ୍ଦାଜ୍ ପାଇଁ ଖୁବ୍ ଲୋକପ୍ରିୟ। ଏହି ଫଟୋରେ ସାରା ଅଲତ୍ଲୀ ଖାନଙ୍କ ସହ ତାଙ୍କ ଛୋଟ ଭାଇ ଇବ୍ରାହିମ୍ ଅଲ୍ଲି ଖାନ୍ ମଧ୍ଯ ନଜର ଆସିଛନ୍ତି କିନ୍ତୁ ଏହି ଫଟୋରେ ତାଙ୍କୁ ଚିହ୍ନିବା ବଡ ମୁସକିଲ୍।

saraଏହି ପଟୋକୁ ଦେଖିବା ପରେ ଆପଣମାନେ ଜାଣିପାରୁଥିବେ ସାରା ପିଲାଦିନେ ମଧ୍ଯ ନିଜ ଭାଇଙ୍କ ସହ ଖୁବ୍ ଏକ୍ସପେରିମେଣ୍ଟ ଜାରି ରଖୁଥିଲେ। ଏଭଳି ଏକ ଏକ୍ସପେରିମେଣ୍ଟ ଲୋକଙ୍କ ସାମ୍ନାକୁ ଆସିଛି। ସାରା ତାଙ୍କର ଏହି ପୁରୁଣା ଫଟୋକୁ ହାଲୋ ଆପରେ ସେୟାର କରିଛନ୍ତି, ଯେଉଁଥିରେ ଇବ୍ରାହିମ୍ ଅଲ୍ଳୀ ଖାନ୍ ଭୂତ ବେଶରେ ନଜର ଆସିଛନ୍ତି।

sara aliଏହି ଭାଇରାଲ ଫଟୋରେ ସାରା ତାଙ୍କ ଭାଇଙ୍କୁ ଧରିଥିବାର ନଜର ଆସିଛନ୍ତି। ଲକଡାଉନରେ ଘରେ ରହିଥିବା ବେଳେ ସାରା ତାଙ୍କର ସବୁ ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ମଧ୍ଯରେ ଏହି ଫଟୋ ରହିଛି। ଫଟୋଟିକୁ ଦେଖିବା ପରେ ଆପଣମାନେ ମଧ୍ଯ ଜାଣିପାରୁଥିବେ ଛୋଟବେଳେ ସାରା କେମିତି ଥିଲେ। ସୂଚନା ମୁତାବକ ସାରା ଅଲତ୍ଲୀ ଖାନ୍ ଏବଂ ଇବ୍ରାହିମ୍ ଖାନ୍ ନିଜ ଫିଟନେସ୍ ଉପରେ ସର୍ବଦା ଧ୍ଯାନ ଦେଇଥାନ୍ତି। ଦୁଇ ଭାଇ-ଭଉଣୀଙ୍କର ଆଜି ମଧ୍ଯ ଲୋକପ୍ରିୟତା ରହିଛି। ଏବେବି ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.