Below header

ପୋଷ୍ଟ ଅଫିସର ଏହି ସ୍କିମରେ ନିବେଶ କରି ଆପଣ ବି ହୋଇପାରିବେ କୋଟିପତି, ଜାଣନ୍ତୁ କିପରି

କୋଟିପତି ହେବା ପାଇଁ ସବୁ ଲୋକଙ୍କ ଇଚ୍ଛା ଥାଏ। କିନ୍ତୁ ସବୁ ଲୋକ କୋଟିପତି ହୋଇପାରନ୍ତିନାହିଁ। ଯଦି ଆପଣ ନିଜ ପରିଶ୍ରମ ବଳରେ କୋଟିପତି ହେବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସର ଏହି ସ୍କିମ ଆପଣଙ୍କ କାମରେ ଆସିପାରେ। ଏହି ସ୍କିମରେ ଆପଣଙ୍କ ଟଙ୍କାର ପୂରା ଗ୍ୟାରେଣ୍ଟି ସରକାର ନେବେ। ଯାହାଦ୍ୱାରା ଆପଣଙ୍କ ଟଙ୍କା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିବ। ଆଜ୍ଞା ହଁ ପୋଷ୍ଟ ଅଫିସର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ସ୍କିମରେ ନିବେଶ କରି ଆପଣ ଆପଣଙ୍କ କୋଟିପତି ହେବାର ସ୍ୱପ୍ନକୁ ପୂରଣ କରିପାରିବେ। ସରକାରଙ୍କ ସ୍କିମ ହୋଇଥିବା କାରଣରୁ ଏଥିରେ ଭଲ ସୁଧ ମିଳିଥାଏ। ଏହାସହିତ ହିଁ ଆପଣଙ୍କୁ ବିଭିନ୍ନ ଉପାୟରେ ଟ୍ୟାକ୍ସରେ ରିହାତି ମିଳିବ।

କେତେ କରିପାରିବେ ନିବେଶ

ଏହି ସ୍କିମ ଅନୁଯାୟୀ ଆପଣ ପ୍ରତି ବର୍ଷ ଅଧିକତମ ୧.୫୦ ଲକ୍ଷ ଟଙ୍କା ନିବେଶ କରିପାରିବେ। ଆୟକରର ପୁରୁଣା ବ୍ୟବସ୍ଥା ଅନୁଯାୟୀ ଏହି ସ୍କିମରେ ନିବେଶରେ ଆପଣଙ୍କୁ ପ୍ରତିବର୍ଷ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରି ଟ୍ୟାକ୍ସରେ ରିହାତି ମିଳିଥାଏ। ଏହାଛଡା ଏହି ସ୍କିମ EEE ଅନୁଯାୟୀ ମଧ୍ୟ ଆପଣଙ୍କୁ ବେନିଫିଟସ ଦେଇଥାଏ।

moneyPPFରେ ସୁଧ ହାର

ସରକାର ପ୍ରତି ତିନି ମାସ ପାଇଁ PPF ସହିତ ଆହୁରି ଅନେକ ଯୋଜନା ପାଇଁ ସୁଧ ହାର ନିର୍ଦ୍ଧାରିତ କରିଥାନ୍ତି। ଏପ୍ରିଲ ୨୦୨୦ ରୁ ଜୁନ ୨୦୨୦ ପାଇଁ ପିପିଏଫର ସୁଧ ହାର ୭.୧% ଅଟେ। ପିପିଏଫ ଆକାଉଣ୍ଟର ମ୍ୟାଚୁରୀଟି ଅବଧି ୧୫ ବର୍ଷ ହୋଇଥାଏ। ସେହିପରି ବ୍ୟକ୍ତି ଚାହିଁଲେ ଏକ ରୁ ଅଧିକ ମଉକାରେ ପାଞ୍ଚ ପାଞ୍ଚ ବର୍ଷ ପାଇଁ ଏକ୍ସଟେନସନ କରାଇପାରିବେ। ଏଥିପାଇଁ ତାଙ୍କୁ ସମ୍ବନ୍ଧିତ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସରେ ଆବେଦନ କରିବାକୁ ହେବ। ଏଥିପାଇଁ ଆପଣଙ୍କୁ ମ୍ୟାଚୁରୀଟି ବର୍ଷରେ Form 15h ଭରି ଦେବାକୁ ହେବ।

କୋଟିପତି ହେବାକୁ ହେଲେ ପ୍ରତି ମାସ ଏତିକି କରିବାକୁ ହେବ ନିବେଶ

ଆପଣ ପ୍ରତି ମାସ ୧୨, ୫୦୦ ଅର୍ଥାତ ବର୍ଷକୁ ୧.୫ ଲକ୍ଷ ଟଙ୍କା ନିବେଶ କରିପାରିବେ। ଏହି ହିସାବ ଅନୁଯାୟୀ ଯଦି ଆପଣ ଲଗାତର ୧୫ ବର୍ଷ ପର୍ଯ୍ୟନ୍ତ ନିବେଶ କରୁଛନ୍ତି ତାହେଲେ ୭.୧% ସୁଧ ହାରରେ ୧୫ ବର୍ଷ ପରେ ଆପଣଙ୍କ ମ୍ୟାଚୁରିଟି ଆମାଉଣ୍ଟ ୪୨.୬୦ ଲକ୍ଷ ଟଙ୍କା ପାଖାପାଖି ଆସିବ। ସେହିପରି ଭାବରେ ଯଦି ଆପଣ ଦୁଇ ଥର ଅର୍ଥାତ ଦଶ ବର୍ଷ ପାଇଁ ଏହି ନିବେଶକୁ ବଢ଼ାଇ ଦେଉଛନ୍ତି ତାହେଲେ ୨୫ ବର୍ଷ ପରେ ଆପଣଙ୍କ ମ୍ୟାଚୁରିଟି ଆମାଉଣ୍ଟ ୧ କୋଟି ଟଙ୍କା ହୋଇପାରେ। ତାହେଲେ ଏହି ସ୍କିମରେ ନିବେଶ ଜାରି ଆପଣ ଆପଣଙ୍କ କୋଟିପତି ହେବାର ସ୍ୱପ୍ନକୁ ସାକାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.