Below header

ଗାର୍ଲଫ୍ରେଣ୍ଡ ସହ ଝଗଡ଼ା ହେବାରୁ ହଠାତ୍ ରାସ୍ତା ଉପରେ ଶୋଇପଡ଼ିଲା ଯୁବକ, ଆଉ ତା’ ପରେ ଦେଖନ୍ତୁ କ’ଣ ହେଲା

ସୋସିଆଲ ମିଡିଆରେ ସବୁ ପ୍ରକାରର ଭିଡିଓ ଦେଖିବାକୁ ମିଳେ। କିଛି ଭିଡିଓ ମଜାଦାର ଲାଗୁଥିବା ବେଳେ ଆଉ କିଛି ଆମକୁ ଅନେକ କଥା ଶିଖାଇଥାଏ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ଗାର୍ଲଫ୍ରେଣ୍ଡ ଆଉ ବୟଫ୍ରେଣ୍ଡ ଝଗଡ଼ା କରୁଥିବା ଦେଖାଯାଇଛି। ତେବେ ଝଗଡ଼ା ପରେ କଣ ହେଉଛି ତାହା ଏବେ ଖୁବ ଭାଇରାଲ ହେଉଛି। ପ୍ରେମିକା ସହ ଝଗଡ଼ା କରିବା ପରେ ବୟଫ୍ରେଣ୍ଡ ରାସ୍ତାରେ ଶୋଇପଡୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଇନଷ୍ଟାଗ୍ରାମରେ ଖୁବ ଭାଇରାଲ ହେଉଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ରାସ୍ତା ଉପରେ ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡ ଝଗଡ଼ା କରୁଛନ୍ତି। ପରେ ପ୍ରେମିକା ଉପରେ ରାଗି ପ୍ରେମିକ ପିଲାଙ୍କ ଭଳି ରାସ୍ତାରେ ଶୋଇପଡୁଛି। ଏହି ଭିଡିଓଟି ଇଣ୍ଡୋନେସିଆର ବୋଲି କୁହାଯାଉଛି। ରେସ୍ତୋରାଁରେ ଖାଇବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଆଉ ତା ପରେ ନିଜ କଥା ମନାଇବାକୁ ପ୍ରେମିକ ଏମିତି କରୁଥିବା ଜଣାଯାଇଛି।

ଇନଷ୍ଟାଗ୍ରାମରେ fakta. indo ନାମକ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି। ଭିଡିଓରେ ଦେଖାଯାଇଛି ଯେ ଯୁବକ ରାସ୍ତାରେ ଶୋଇପଡୁଛି ଓ ମଝିରେ ମଝିରେ ଛୋଟ ପିଲାଙ୍କ ଭଳି ଗୋଡ଼ ହାତ ହଲାଉଛି। ପାଖରେ ତା ଗାର୍ଲଫ୍ରେଣ୍ଡ ଠିଆ ହୋଇ ହାତ ଧରି ବାରମ୍ବାର ଉଠାଉଛି। କିନ୍ତୁ ସେ ପୁଣି ଯାଇ ରାସ୍ତାରେ ଶୋଇଯାଉଥିବା ନଜର ଆସିଛି। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଏବେ ପ୍ରବଳ ଭାଇରାଲ ହେଉଛି।

ତେବେ ଦୀର୍ଘ ସମୟ ଯାଏଁ ମନାଇବା ପରେ ବି ଯୁବକ ରାସ୍ତାରୁ ଉଠୁନାହିଁ। ଝିଅଟି ବହୁ କାକୁତି ମିନତୀ ହେବା ପରେ ଯାଇ ସେ ଉଠିଥିଲା ଓ ଉଭୟେ ସେଠାରୁ ଚାଲିଯାଇଥିବା ଜଣାଯାଇଛି। ଭିଡ଼ିଓଟି ଭାଇରାଲ ହେବା ଲୋକେ ଲୋକେ ମଜା ମଜା କମେଣ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.