ପୂର୍ବ ବୟଫ୍ରେଣ୍ଡଙ୍କ ଠାରୁ କ୍ୟାଟ୍ରିନା କୈଫ୍ ପାଇଛନ୍ତି କୋଟିଏ ଟଙ୍କାର ୱେଡିଂ ଗିଫ୍ଟ, ଜାଣନ୍ତୁ ସଲମାନ ଓ ରଣବୀର କ’ଣ ଦେଇଛନ୍ତି ?

୨୦୨୧ ମସିହାର ସବୁଠୁ ବଡ଼ ବିବାହ ଅର୍ଥାତ୍ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବାହାଘର ନିକଟରେ ଶେଷ ହୋଇଛି। ବେଶ୍ ରାଜକୀୟ ଅନ୍ଦାଜରେ ଏହି ବିବାହ ରାଜସ୍ଥାନର ଯୋଧପୁରର ଏକ ଦୁର୍ଗରେ ସମ୍ପନ୍ନ ହୋଇଛି। ଏହି ବାହାଘରରେ ସବୁ କିଛି ରୟାଲ ଥିଲା। ଏଣୁ ଏହାକୁ ୨୦୨୧ ମସିହାର ସବୁଠୁ ଧନୀ ବିବାହ ବୋଲି କୁହାଯାଉଛି। ତେବେ ଏହି ବିବାହରେ କ୍ୟାଟ୍ରିନାଙ୍କୁ କାହାଠାରୁ କଣ ଗିଫ୍ଟ ମିଳିଛି ତାହା ଜାଣିବାକୁ ଫ୍ୟାନମାନେ ବେଶ୍ ଆଗ୍ରହୀ।

ଖାସ୍ କରି କ୍ୟାଟ୍ରିନାଙ୍କ ପୂର୍ବ ବୟଫ୍ରେଣ୍ଡମାନେ ତାଙ୍କୁ କି ଉପହାର ଦେଇଛନ୍ତି, ତାହା ଜାଣିବାକୁ ସମସ୍ତେ ଆଗ୍ରହୀ। ତେବେ ଆସନ୍ତୁ ଜାଣିବା କ୍ୟାଟ୍ରିନାଙ୍କ ବିବାହରେ ପୂର୍ବ ପ୍ରେମିକ ସଲମାନ ଖାନ୍ ଓ ରଣବୀର କପୁର କଣ ଗିଫ୍ଟ ଦେଇଛନ୍ତି …

 

View this post on Instagram

 

A post shared by Katrina Kaif (@katrinakaif)


ରିପୋର୍ଟ ମୁତାବକ, କ୍ୟାଟ୍ରିନାଙ୍କ ବାହାଘରରେ ସଲମାନ ଖାନ୍ ଏକ ୩ କୋଟି ଟଙ୍କାର ରେଞ୍ଜ ରୋଭର କାର ଗିଫ୍ଟ କରିଛନ୍ତି। ସଲମାନ କ୍ୟାଟ୍ରିନାଙ୍କୁ କେତେ ପସନ୍ଦ କରନ୍ତି ତାହା ତ ସମସ୍ତେ ଜାଣନ୍ତି। ବ୍ରେକ୍ ଅପ ପରେ ବି ଉଭୟେ ଭଲ ବନ୍ଧୁ ଅଛନ୍ତି। ସଲମାନଙ୍କ ସହ କ୍ୟାଟ୍ରିନା ସ୍କ୍ରିନ ମଧ୍ୟ ସେୟାର କରିଥାନ୍ତି।

 

View this post on Instagram

 

A post shared by Katrina Kaif (@katrinakaif)

ସେହିପରି ରଣବୀର୍ କପୁର ମଧ୍ୟ କ୍ୟାଟ୍ରିନାଙ୍କୁ ଏକ ଡାଇମଣ୍ଡ ନେକଲେସ ଗିଫ୍ଟ କରିଥିବା କୁହାଯାଉଛି। ଏହାର ଦାମ୍ ୨.୭ କୋଟି ଟଙ୍କା। ତେବେ ସଲମାନଙ୍କ ଭଳି କ୍ୟାଟ୍ରିନାଙ୍କର ରଣବୀରଙ୍କ ସହ ଭଲ ବଣ୍ଡିଙ୍ଗ ନାହିଁ। ଉଭୟେ ଏକାଠି ବାହାରକୁ ଆସିବାକୁ ମଧ୍ୟ ପସନ୍ଦ କରିନଥାନ୍ତି। ଏଭଳି ସ୍ଥିତିରେ ରଣବୀର ଗିଫ୍ଟ ଦେଇଥିବା କେତେ ସତ, ତାହା କେବଳ କ୍ୟାଟ୍ରିନା ହିଁ ଜାଣିଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.