ନୋଟ୍‌ ବନାଇବା ପାଇଁ ଟିକିଏ ବି କାଗଜର କରାଯାଏନି ବ୍ୟବହାର, ଆପଣ ଜାଣିଛନ୍ତି କି ଏହା କେଉଁଥିରେ ତିଆରି

ସକାଳୁ ଉଠିବା ଠାରୁ ନେଇ ରାତିରେ ଶୋଇବା ପର୍ଯ୍ୟନ୍ତ ଯଦି କୌଣସି ଜିନିଷ ଆମ ଜୀବନରେ ଚଳପ୍ରଚଳ ହେଉଥାଏ ତେବେ ତାହା ହେଉଛି ଟଙ୍କା। ଟଙ୍କା ବିନା ଜୀବନ ଜୀଇଁବା ମୁସିକିଲ୍‌ ନୁହେଁ ନାମୁମକିନ୍‌ ମଧ୍ୟ। ଆମକୁ କିଛି କିଣିବାକୁ ଥିଲେ, କୁଆଡେ ଯିବାକୁ ଯଦି ଭଡା ଦେବାକୁ ଥାଏ କିମ୍ବା ଅନ୍ୟ ଯେକୌଣସି କାମ ପାଇଁ ଟଙ୍କା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଏହା ବିନା ସବୁକିଛି ଅସମ୍ଭବ। ଆପଣ ଦେଖିଥିବେ ଯେ ବର୍ଷାରେ କିମ୍ବା ଡ୍ରେସ୍‌ ସଫା କଲେ ପକେଟରେ ଟଙ୍କା ରହିଯାଇଥାଏ ଯାହା ଭିଜିଯାଏ, କିନ୍ତୁ ତଥାପି ଏହା ଖରାପ ହୋଇନଥାଏ। ଆମେ ତାକୁ ସୁଖାଇ ପୁଣିଥରେ ଆରାମସେ ବ୍ୟବହାର କରିପାରନ୍ତି। ତେବେ ଆପଣଙ୍କ ମନରେ କେବେ ଏମିତି ଭାବନା ଆସିଛି ଯେ ଟଙ୍କା କେଉଁଥିରେ ତିଆରି। ଯଦି କାଗଜ ତିଆରି ତେବେ ତାହା ଭିଜିଗଲା ପରେ ବି ପୁର୍ନବାର କେମିତି ବ୍ୟବହାର ହୋଇପାରୁଛି।  କିନ୍ତୁ ତାପୂର୍ବରୁ ଜଣାଇବାକୁ ଚାହିଁବୁ ଯେ ଆପଣଙ୍କ ପର୍ସରେ ଥିବା ଟଙ୍କା କାଗଜରେ ତିଆରି ବୋଲି ଆପଣ ଜମା ବି ଭାବନ୍ତୁନାହିଁ।

ଆମ ଭିତରୁ ଅଧିକାଂଶ ଲୋକଙ୍କୁ ଏହା ଲାଗିଥାଏ ଯେ ନୋଟ୍‌ କାଗଜରେ ତିଆରି ହୋଇଥାଏ କିନ୍ତୁ ଏହା ବିଲକୁଲ ବି ସତ ନୁହେଁ। ନୋଟ୍‌ ବନାଇବା ପାଇଁ କାଗଜ ନୁହେଁ ବରଂ କପାସ୍‌ ର ବ୍ୟବହାର କରାଯାଏ। ନୋଟକୁ କାଗଜରେ ଏଥିପାଇଁ ତିଆରି କରାଯାଏନାହିଁ କାରଣ କାଗଜର ବ୍ୟବହାର ହୋଇଥିଲେ ଏହା ଅଧିକ ସମୟ ପର୍ଯ୍ୟ ବ୍ୟବହୃତ ହୋଇପାରନଥାନ୍ତା ଏବଂ ଜଲଦି ଫାଟି ଯାଇଥାନ୍ତା ବା ଚିରି ଯାଇଥାନ୍ତା। କିନ୍ତୁ କପାରେ ତିଆରି ହୋଇଥିବା କାରଣରୁ ଏହାକୁ ବହୁତ ଦିନ ଧରି ବ୍ୟବହାର କରାଯାଇପାରିବ। ଏହି କାରଣରୁ ନୋଟ୍‌ ବନାଇବା ପାଇଁ ଶତ ପ୍ରତିଶତ କପାସର ହିଁ ବ୍ୟବହାର କରାଯାଇଥାଏ।

moneyଏହାଛଡା କାଗଜ ନୋଟ୍‌ ତୁଳନାରେ କପା ନୋଟ ଅଧିକ ମଜବୁତ୍‌ ହୋଇଥାଏ। ଏହା ନା କେବଳ ଭାରତ ବରଂ ସାରା ଦୁନିଆର ଅନେକ ଦେଶରେ ନୋଟ ବନାଇବା ପାଇଁ କପାର ବ୍ୟବହାର କରାଯାଇଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କପାରେ ଲେନିନ ନାମକ ଏକ ଫାଇବର ରହିଥାଏ। ଯେତେବେଳେ ନୋଟ ତିଆରି କରାଯାଏ ସେତେବେଳେ କପା ବ୍ୟତୀତ ହାଫସିଭସ ସଲ୍ୟୁସନ ତଥା ଗାଟଲିନର ବ୍ୟବହାର କରାଯାଏ। ଏହି କାରଣରୁ ନୋଟ୍‌ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିଥାଏ।

କଣ ଆପଣ ଜାଣନ୍ତି ଆମ ଦେଶରେ ନୋଟ ଜାରି କରିବାର ଅଧିକାର କେବଳ ରୁ କେବଳ ଆରବିଆଇ ପାଖରେ ରହିଛି। ଆରବିଆଇକୁ ଏହି ଅଧିକାର ଅଧିନିୟମ ଧାରା ୨୨ ଅନୁଯାୟୀ ମିଳିଛି। ଭାରତରେ ତିଆରି ହେଉଥିବା ନୋଟରେ ସିକ୍ୟୁରିଟୀ ଫିଚର ଦିଆଯାଇଛି। ଠକାମୀ ଏବଂ ନକଲି ନୋଟ ଉପରେ ଲଗାମ ଲଗାଇବା ପାଇଁ ଏଥିରେ ସିକ୍ୟୁରିଟୀ ଫିଚର ରହିଛି। ଏହି କାରଣରୁ ସମସ ସମୟରେ ଭାରତୀୟ ନୋଟରେ ପରିବର୍ତ୍ତନ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.