Below header

କାଠହଣା ପକ୍ଷୀ ବସାରେ ଲୁଚି ରହିଥିଲା ବିଷାକ୍ତ ସାପ, ପକ୍ଷୀର ଅଣ୍ଡା ଖାଇ ଏମିତି କଲା ଆକ୍ରମଣ: ଦେଖନ୍ତୁ ଭିଡିଓ

କାଠହଣା ପକ୍ଷୀ ଆପଣ ନିଶ୍ଚିତ ଦେଖିଥିବେ ଏବଂ ଏହାର ଉପରେ ଅନେକ କାହାଣୀ ଶୁଣିଥିବେ। ଏହା ଦେଖିବାକୁ ବହୁତ ସୁନ୍ଦର ଏବଂ ରଙ୍ଗୀନ ପକ୍ଷୀ। ଆପଣ ଦେଖିଥିବେ ଏହି ପକ୍ଷୀ ସବୁବେଳେ ଗଛ ମଝିରେ ବସି କାଠକୁ ଥଣ୍ଟରେ ହାଣିଥାଏ। ଲମ୍ବା ଥଣ୍ଟ ଯୋଗୁଁ ଗଛକୁ ଭଲଭାବେ ହାଣି ଗାତ କରି ରହେ। କିଛି ଲୋକ ଭାବନ୍ତି କି ପକ୍ଷୀ କାଠ ହାଣି ଖାଇବାକୁ ଚେଷ୍ଟା କରିଥାଏ। କିନ୍ତୁ ପକ୍ଷୀ କାଠ ହାଣି ଏହା ଭିତରେ ଥିବା କୀଟ ପତଙ୍ଗକୁ ଖାଇଥାଏ। ଏହା ସହିତ ନିଜ ଘର ତିଆରି କରିବା ପାଇଁ କାଠ ହାଣିଥାଏ। ଏବେ ସୋସିଆଲ ମିଡିଆରେ ଏକ କାଠହଣା ପକ୍ଷୀର ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ।

ଏହି ଭିଡିଓରେ ଦେଖିବାକୁ ମିଳିଛି, ଏକ ବିଶାଳକାୟ ସାପ ଲୁଚିଛପି କାଠହଣା ପକ୍ଷୀର ବସାରେ ପଶି ଲୁଚି ପକ୍ଷୀର ଅଣ୍ଡା ଚୋରାଇବା ପାଇଁ ଚେଷ୍ଟା କରୁଛି। ଠିକ୍‌ ସେତିକି ବେଳେ ପକ୍ଷୀ ସେଠାରେ ପହଞ୍ଚି ସାପକୁ ଉଚିତ ଶିକ୍ଷା ଦେଇଛି। କିଭଳି ପକ୍ଷୀଟି ସାପକୁ ଜୋର ଜୋରରେ ଥଣ୍ଟ ମାରି କ୍ଷତାକ୍ତ କରିବାକୁ ଚେଷ୍ଟା କରୁଛି। ସାପ ପକ୍ଷୀର ଅନେକ ଅଣ୍ଡାକୁ ଖାଇଦେଇଛି। ହଠାତ୍‌ ସାପ ମଧ୍ୟ ପକ୍ଷୀ ଉପରେ ଆକ୍ରମଣ କରୁଛି। ତେବେ ସାପକୁ ନିଜ ବସାରୁ କାଢିବା ପରେ ପକ୍ଷୀ ସବୁ ଚେଷ୍ଟା କରିବାରେ ଲାଗିଛି। ସାପ ମଧ୍ୟ ରାଗିଯାଇ ପକ୍ଷୀ ଉପରେ ଆକ୍ରମଣ କରିବାରେ ଲାଗିଛି।

 

View this post on Instagram

 

A post shared by @planet_visit

ସାପର ଆକ୍ରମଣ ଦେଖି କାଠହଣା ପକ୍ଷୀ ବିଲକୁଲ ମଧ୍ୟଡରୁନାହିଁ। ପକ୍ଷୀ ନ ଡରି ସାପର ସାମ୍ନା କରୁଛି। ଏଥିରେ କିଏ ଜିତିଛି, ତାହା ଜଣାପଡିନାହିଁ। କିନ୍ତୁ ଇନଷ୍ଟାଗ୍ରାମରେ ଏହି ଭିଡିଓ planet_visit ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ଏହାକୁ ଏପର୍ଯ୍ୟନ୍ତ ୭୦ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି। ଏହି ଭିଡିଓକୁ ନେଇ ଅନେକ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.