Below header

ମାଂସ ଦୋକାନରେ ମାଲିକକୁ ଦେଖି ମଣିଷ ଭଳି କାନ୍ଦିବାକୁ ଲାଗିଲା ଛେଳି, ଦେଖିଲେ ରୋକିପାରିବେନି ଲୁହ; ଦେଖନ୍ତୁ ଭିଡିଓ

କଥା କହିପାରୁନଥିବା ଜୀବଜନ୍ତୁଙ୍କର ମଧ୍ୟ ଭାବନା ଓ ଇମୋସନ୍‌ ଅଛି। ସେମାନେ ମୁହଁ ଖୋଲି କହିପାରୁନଥିଲେ ବି ନିଜ ମାଲିକଙ୍କୁ ଖୁବ୍‌ ଭଲ ପାଇଥାନ୍ତି। ମାଲିକ ଠାରୁ ଅଲଗା ହେବା ବେଳେ ସେମାନଙ୍କର ବି ହୃଦୟ ଭାଙ୍ଗେ। ସେମାନେ ବି ମଣିଷଙ୍କ ଭଳି କାନ୍ଦି ଥାନ୍ତି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ଛେଳି ନିଜ ମାଲିକଙ୍କୁ କୁଣ୍ଢାଇ ଧରି ଭୋ ଭୋ ହୋଇ କାନ୍ଦୁଥିବା ଦେଖାଯାଇଛି।

କାନ୍ଦୁଥିବା ଏହି ଛେଳିର ଭିଡିଓ ରବିବାର ପାଳିତ ହୋଇଥିବା ଇଦ୍‌ ଉଲ ଅଜହା ଅର୍ଥାତ୍‌ ବକରୀଦ ୨୦୨୨ର ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ଦାବି କରାଯାଇଛି ଯେ ବକରୀଦରେ ଏହି ଛେଳିଟି ବିକ୍ରି ହେବାକୁ ଆସିଥିଲା। ମାଲିକ ତାକୁ ବିକ୍ରି କରିବାକୁ କଥା ବାର୍ତ୍ତା ହେବା ବେଳେ ଛେଳି କିନ୍ତୁ ମାଲିକ କାନ୍ଧରେ ମୁଣ୍ଡ ରଖି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଥିଲା।

ଦେଖନ୍ତୁ ଭିଡିଓ:

Video Credit: Facebook

ଛେଳିର କାନ୍ଦିବା ସ୍ୱର ସେଠାରେ ଉପସ୍ଥିତ ସମସ୍ତେ ଶୁଣିଥିଲେ। ଏହି ଦୃଶ୍ୟ ଦେଖିଲେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା। ପରେ ମାଲିକ ମଧ୍ୟ ଛେଳିକୁ କୁଣ୍ଢାଇ ପକାଇଥିଲା। ତେବେ ଏହି ଭିଡିଓଟି କେବେକାର ଓ କେଉଁ ସ୍ଥାନର ତାହା ଏବେ ଯାଏଁ ଜଣାପଡ଼ିନାହିଁ। କିନ୍ତୁ ଭିଡିଓରୁ ଲାଗୁଛି ଯେ ଏହା ମାଂସ ବେପାର ସ୍ଥଳର।

Also Read: ଶ୍ରୀଲଙ୍କା ଛାଡ଼ିବାକୁ ଉଦ୍ୟମ କରୁଥିବା ରାଷ୍ଟ୍ରପତି ଗୋଟାବାୟାଙ୍କ ଭାଇକୁ ମାଡ଼ି ବସିଲେ ଲୋକେ, ଓ୍ଵାଶିଂଟନ୍‌ ପଳାୟନ ପାଇଁ କରିଥିଲେ ଯୋଜନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.