ଶ୍ରୀଲଙ୍କା ଛାଡ଼ିବାକୁ ଉଦ୍ୟମ କରୁଥିବା ରାଷ୍ଟ୍ରପତି ଗୋଟାବାୟାଙ୍କ ଭାଇକୁ ମାଡ଼ି ବସିଲେ ଲୋକେ, ଓ୍ଵାଶିଂଟନ୍‌ ପଳାୟନ ପାଇଁ କରିଥିଲେ ଯୋଜନା

ଶ୍ରୀଲଙ୍କାରେ ସ୍ଥିତି ଏବେ ସାଂଘାତିକ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସାନ ଭାଇ ତଥା ପୂର୍ବ ଅର୍ଥ ମନ୍ତ୍ରୀ ବେସିଲ ରାଜପକ୍ଷେ ଦେଶ ଛାଡ଼ିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଏୟାରପୋର୍ଟରେ ଯାତ୍ରୀ ଓ ଅଧିକାରୀଙ୍କ ବିରୋଧ ଯୋଗୁ ତାଙ୍କୁ ଫେରିବାକୁ ପଡ଼ିଛି।

ରିପୋର୍ଟ ମୁତାବକ, ରାଜପକ୍ଷେ ଭଣ୍ଡାରନାୟକେ ଇଣ୍ଟରନେଟ୍‌ ଏୟାରପୋର୍ଟର ସିଲ୍କ ରୁଟ୍‌ ଲାଉଞ୍ଜରୁ ବାହାରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ କିଛି ଯାତ୍ରୀ ତାଙ୍କୁ ଦେଖି ଚିହ୍ନି ଦେଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଯାତ୍ରୀମାନେ ଆପତ୍ତିବ୍ୟକ୍ତ କରି ପୂର୍ବ ଅର୍ଥ ମନ୍ତ୍ରୀଙ୍କୁ ଯିବାକୁ ଅନୁମତି ନ ଦେବାକୁ ଅଡ଼ି ବସିଥିଲେ। ପରେ ତାଙ୍କୁ ଯିବାକୁ ଦିଆଯାଇ ନଥିବା ଦେଖାଯାଇଛି। କୁହାଯାଉଛି ଯେ ରାଜପକ୍ଷେ ଆଜି ସକାଳେ ଅମିରାତ ଫ୍ଲାଇଟ୍‌ରେ ଦୁବାଇ ବାଟ ଦେଇ ଓ୍ଵାଶିଂଟନ୍‌ ପଳାୟନ କରିବାକୁ ଯୋଜନା କରିଥିଲେ।

ସୂଚନାଯୋଗ୍ୟ ଯେ ଲୋକଙ୍କ ପ୍ରବଳ ବିରୋଧ ମଧ୍ୟରେ ଗୋଟାବାୟା ଜୁଲାଇ ୧୩ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ଇତି ମଧ୍ୟରେ ଶନିବାର ଦିନ ଲକ୍ଷ ଲକ୍ଷ ଲୋକ ରାଷ୍ଟ୍ରପତି ଭବନକୁ ଘେରାଉ କରିଥିଲେ। ସେଠାରେ ସାଧାରଣ ଲୋକ ପଶି ଅୟସ କରୁଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଥିଲା। ଲୋକମାନେ କହିଥିଲେ, ଯେତେବେଳ ଯାଏଁ ରାଷ୍ଟ୍ରପତି ରାଜପକ୍ଷେ ଇସ୍ତଫା ଦେଇ ନାହାନ୍ତି ସେତେବେଳ ଯାଏଁ ସେମାନେ ରାଷ୍ଟ୍ରପତି ଭବନ ଖାଲି କରିବେ ନାହିଁ।

Also Read: ନିଟ୍‌ ୟୁଜି ୨୦୨୨ର ଆଡମିଟ୍‌ କାର୍ଡ ଜାରି, ଏହି ଉପାୟରେ ଡାଉନ୍‌ଲୋଡ୍‌ କରନ୍ତୁ ଛାତ୍ରଛାତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.