“ମୋ ବାପାଙ୍କୁ ହସ୍ପିଟାଲରେ ଗୀତା ପାଠ କରିବାକୁ ଦିଆଯାଉନାହିଁ”, ଟ୍ୱିଟ କରି କ୍ଷୋଭ ପ୍ରକାଶ କଲେ ତେଜ ପ୍ରସାଦ

ଦିଲ୍ଲୀ ଏମ୍ସରେ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଚିକିତ୍ସା ଚାଲିଛି । ଏହି ସମୟରେ ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ହସ୍ପିଟାଲ ପ୍ରଶାସନ ଉପରେ ଏକ ବଡ ଆରୋପ ଲଗାଇଛନ୍ତି । ତେଜଙ୍କ କହିବା ଅନୁଯାୟୀ ଲାଲୁଙ୍କୁ ଏମ୍ସରେ ଗୀତା ପାଠ କରିବା ପାଇଁ ଦିଆଯାଉନାହିଁ । ମିଳିଥିବା ସୂଚନା ମୁତାବକ ଲାଲୁଙ୍କୁ ଷୋମବାର କ୍ରିଟିକାଲ କେୟାର ୟୁନିଟ ରୁ ସିଫଟ କରାଯାଇ ସାଧାରଣ ୱାର୍ଡ଼ରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିବା ଜଣାଯାଇଛି ।

ଏହା ସହ ନିଜେ ଟ୍ୱିଟ କରି ଲେଖିଛନ୍ତିକି ତାଙ୍କ ପିତାଙ୍କୁ ହସ୍ପିଟାଲରେ ଶ୍ରୀମଦ ଭଗବତ ଗୀତା ପାଠ କରିବା ତଥା ଶୁଣିବା ଉପରେ ରୋକ ଲଗାଯାଇଛି ।ଯେବେକି ତାଙ୍କ ବାପାଙ୍କୁ ଗୀତା ପାଠ କରିବା ତଥା ଶୁଣିବା ଖୁବ ପସନ୍ଦ । ତେଜ ଏହା ମଧ୍ୟ କହିଛନ୍ତିକି ପବିତ୍ର ଗୀତା ପାଠରୁ ରୋକୁଥିବା ସେହି ଅଜ୍ଞାନୀ ଜଣଙ୍କୁ ହୁଏତ ଜଣାନାହିଁ ଏଭଳି ଏକ ମହାପାପର ମୂଲ୍ୟ ତାଙ୍କୁ ଏହି ଜନ୍ମରେ ହିଁ ଦେବାକୁ ହେବ ।କହିରଖିବା ଉଚିତ ହେବକି ଗତ ଚାରି ଦିନ ହେବ ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଛି । କହିରଖିବା ଉଚିତ ହେବକି ଲାଲୁ ପାଟନା ସ୍ଥିତ ରାବିଡି ଦେବୀ ନିବାସରେ ଶିଢ଼ିରୁ ପଡିଯାଇଥିଲେ । ଏହା ପରେ ତାଙ୍କୁ ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଯେବେକି ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ନୂଆଦିଲ୍ଲୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଲାଲୁ ଯାଦବ ଅନ୍ୟ କେତେକ ରୋଗରେ ମଧ୍ୟ ପୀଡିତ ଅଛନ୍ତି | ସୋମବାର ତେଜ ପ୍ରତାପ ଟ୍ୱିଟ କରି ପାର୍ଟିର କିଛି ମେମ୍ବର ତଥା ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତିକି, “ବର୍ତ୍ତମାନ ସମୟରେ ବାପାଙ୍କୁ ପରିବାର ତଥା ବିହାର ଜନତାର ଆବଶ୍ୟକତା ରହିଛି । କାନକୁହା ଲୋକଙ୍କର ଜମା ବି ଆବଶ୍ୟକତା ନାହିଁ ।” ତାଙ୍କ କହିବା ଅନୁଯାୟୀ କିଛି ଲୋକେ ଏମିତି ଏକ ଦୁଃସ୍ଥିତିରେ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.