ସରକାରୀ ଜାଗାରେ ଘର କରି ବ୍ରାଉନ୍ ସୁଗାର ବିକିବା ପଡ଼ିଲା ମହଙ୍ଗା: ବେପାରୀଙ୍କ ଘର ଭାଙ୍ଗିଲା ବିଡ଼ିଏ ଓ କମିଶନରେଟ୍ ପୋଲିସ୍

ଭୁବନେଶ୍ୱର (କେନ୍ୟୁଜ): ସରକାରୀ ଜାଗାରେ ଘର କରି ବ୍ରାଉନ୍ ସୁଗାର ବିକିବା ପଡ଼ିଲା ମହଙ୍ଗା । କଳାରାହାଙ୍ଗର କୃଷ୍ଣଚନ୍ଦ୍ର ନାଥଙ୍କ ଦୋକାନ ଘରେ ଚଢ଼ିଲା ବୋଲଡ୍ରୋଜର । ଆଗରୁ ଡ୍ରଗ୍ସ ବେପାର ରେ ବହୁ ବାର ଗିରଫ ହୋଇଛି କୃଷ୍ଣଚନ୍ଦ୍ର । ତା ନା ରେ ଅଛି ୬ ଟି କେସ । ମଞ୍ଚେଶର ଥାନା ରେ ୩ ଟି, ଇନ୍ଫୋସିଟି ରେ ୨ ଟି କେସ୍ ଓ ଚନ୍ଦ୍ର ଶେଖରପୁରରେ ଗୋଟିଏ କେସ ରହିଛି । ଆଜି ବିଡ଼ିଏ ଓ କମିଶନରେଟ୍ ପୋଲିସ୍ ର ମିଳିତ ଉଦ୍ୟମ ରେ କୃଷ୍ଣ ଚରଣ ନାଥ ଙ୍କ କଳାରାହାଙ୍ଗ ରେ ଥିବା ଘର କୁ ଭାଙ୍ଗିଛି । ପ୍ରାୟ ୫୦୦ ଡିସିମିଲ ସରକାରୀ ଜାଗା ରେ ଘର କରି କରୁଥିଲା ନିଶା କାରବାର ।

୨୦୦୨ ମସିହା ମେ ୨୨ ରେ ଶେଷ ଥର ତାଙ୍କୁ ଗିରଫ କରାଯାଇଥିଲା । କୃଷ୍ଣନାଥଙ୍କ ସହ ଆଉ କିଏ ଏ ବ୍ୟବସାୟ ରେ ଲିପ୍ତ ଅଛି ତାହା ତଦନ୍ତ କରୁଛି ପୋଲିସ । ଆଗରୁ ନୟାପଲ୍ଲୀ ରେ ଦୋକାନ ଘର କରି ନିଶା ବ୍ୟବସାୟ କରୁଥିବା ଦୋକାନକୁ ଭାଙ୍ଗି ଥିଲା କମିଶନରେଟ ପୋଲିସ ଏହା ହେଉଛିଦ୍ୱିତୀୟ ଘଟଣା । ଆଗକୁ ସରକାରୀ ଜମିରେ ଘର କରି ନିଶା ବ୍ୟବସାୟ କରୁଥିବା ନିଶାଡ଼ିଙ୍କ ଉପରେ ପୋଲିସର ନଜର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.