କୋଲକାତାରୁ ସୁନା ଚୋରକୁ ଗିରଫ କଲା କଟକ ପୋଲିସ, ଜବତ କଲା ୫୦ ଲକ୍ଷ ଟଙ୍କାର ଅଳଙ୍କାର

କଟକ (କେନ୍ୟୁଜ): ବିପୁଳ ପରିମାଣରେ ଚୋରି ସୁନା ଜବତ। କଟକ କମିଶନରେଟ ପୋଲିସ ହାତରେ ସୁନା ଚୋର। ଗତ ୪ ତାରିଖରେ ଫିରିଙ୍ଗିବଜାର ସ୍ଥିତ ଏକ ଗହଣା କାରଖାନାରୁ ଚୋରି ହୋଇଥିଲା। ପୁରିଘାଟ ଥାନା ଅଭିଯୁକ୍ତ ଠାରୁ ଜବତ କରିଛି ୯୦୦ ଗ୍ରାମ ୩୨ ମିଲିଗ୍ରାମ ଓଜନର ସୁନା। ଚୋରି କରି ଅଭିଯୁକ୍ତ କଲିକତାକୁ ଫେରାର ହୋଇଯାଇଥିଲା। ରାଜ୍ୟ ବାହାରକୁ ଯାଇଥିଲା କମିଶନରେଟ ପୋଲିସର ଦୁଇଟି ଟିମ। ପରେ ପୋଲିସ କୋଲକାତାରୁ ଅଭିଯୁକ୍ତ ସୁଶାନ୍ତ ଦାସକୁ ଗିରଫ କରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସ ।

ଜବତ ସୁନାର ଆନୁମାନିକ ମୁଲ୍ୟ ୫୦ ଲକ୍ଷ ହେବ । ସେପଟେ ସୁନା ଚୋରକୁ ଧରିବା ପରେ ଲସି ପିଆଇଥିଲା ପୋଲିସ । କେବଳ ଚୋର ନୁହେଁ ତା ସହ ପୋଲିସ ମଧ୍ୟ ଲସି ପିଉଥିବା ନଜର ଆସିଥିଲା । ସୂଚନା ଥାଉକି, ଫିରିଙ୍ଗିବଜାର ଗହଣା କାରଖାନାରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.