ପତ୍ରକାରିତାରେ ଧୈର୍ଯ୍ୟ ବହୁତ ଜରୁରୀ ହୋଇଥାଏ, ଜଣେ ବୁଦ୍ଧିମାନ ଜର୍ଣ୍ଣାଲିଷ୍ଟ ଅତ୍ୟନ୍ତ ଧୈର୍ଯ୍ୟର ସହ କାମ କରିଥାନ୍ତି । କୁହାଯାଏ “ଶୋ ମଷ୍ଟ ଗୋ ଅନ” ଅର୍ଥାତ କିଛି ବି ହୋଇଯାଉ କିନ୍ତୁ ଶୋ ବନ୍ଦ ନହେଉ । ଠିକ ଏହିପରି ହିଁ ଘଟିଛି ଏକ ଟିଭି ଶୋ ଚାଲିଥିବା ବେଳେ । ଜଣେ ଆଙ୍କର ଲାଇଭ ରିପୋର୍ଟ କରୁଥିବା ସମୟରେ ଅଚାନକ ତାଙ୍କର ଗଳି ପଡିଥିଲା କିନ୍ତୁ ସେ ନିଜର ରିପୋର୍ଟ ବନ୍ଦ କରିନଥିଲେ ବରଂ ନିଜର କାମ ଜାରି ରଖିଥିଲେ ।
ସୂଚନା ଅନୁଯାୟୀ ୟୁକ୍ରେନର ଜର୍ଣ୍ଣାଲିଷ୍ଟ ମ୍ୟାରୀଚା ପଡାଲ୍କୋ ନିଜର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡ଼ିଓରେ ସେ ଏକ ଲାଇଭ ଶୋ’ରେ କରୋନା ଭାଇରସକୁ ନେଇ ଅପଡେଟ ଦେଉଥିଲେ । ଏହି ସମୟରେ ଅଚାନକ ତାଙ୍କ ଦାନ୍ତ ବାହାରକୁ ଆସିଯାଇଥିଲା । ତେବେ ଏହି ସମୟରେ ବି ସେ ଶାନ୍ତ ଥିଲେ ଏବଂ ନ୍ୟୁଜ ପଢିବା ଜାରି ରଖିଥିଲେ । ଏହି ଭିଡିଓ ପୋଷ୍ଟ କରିବା ସହ ସେ ଲେଖିଥିଲେ “ଲାଇଭ ବ୍ରୋଡକାଷ୍ଟିଙ୍ଗ ଏଥିପାଇଁ ଅଦ୍ଭୁତ କାରଣ ଏଠାରେ କିଛି ବି ଘଟିପାରେ” ।
ସେ ଏହା ମଧ୍ୟ କହିଥିଲେ ଯେ 20 ବର୍ଷର ଲମ୍ବା କ୍ୟାରିୟର ମଧ୍ୟରେ ତାଙ୍କ ସହିତ ଏପରି କେବେ ବି ହୋଇନଥିଲା । ତେବେ ତାଙ୍କର ଏହି ଭିଡିଓକୁ ବହୁତ ଲୋକ ପସନ୍ଦ କରିଛନ୍ତି । ମ୍ୟାରୀଚା କହିଛନ୍ତି ଯେ ପ୍ରାୟ 10 ବର୍ଷ ତଳେ ତାଙ୍କ ଦାନ୍ତ ଭାଙ୍ଗି ଯାଇଥିଲା । ସେ 3ଜଣ ପିଲାଙ୍କର ମା । ଥରେ ତାଙ୍କର ଝିଅ ଆଲାର୍ମ ଘଣ୍ଟା ସହ ଖେଳୁଥିବା ସମୟରେ ଏହି ଘଣ୍ଟା ତାଙ୍କ ଦାନ୍ତ ଉପରେ ପଡିଥିଲା ଆଉ ତାଙ୍କ ଦାନ୍ତ ଭାଙ୍ଗି ଯାଇଥିଲା । ତେବେ ଲୋକମାନଙ୍କୁ ଏକ ସକରାତ୍ମକ ବାର୍ତ୍ତା ଦେବାପାଇଁ ତାଙ୍କ ଚ୍ୟାନେଲ ତାଙ୍କର ଏକ ଫଟୋ ମଧ୍ୟ ସେୟାର କରିଥିଲା ଯେଉଁଥିରେ ସେ ନିଜର ଦାନ୍ତକୁ ଫିକ୍ସ କରାଇ ଦେଇଛନ୍ତି ।