Below header

ଆଜି ରେକର୍ଡ ସଂଖ୍ୟକ ୬୦୮ କରୋନା ଆକ୍ରାନ୍ତ ସୁସ୍ଥ, ଗଞ୍ଜାମରୁ ସର୍ବାଧିକ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ପାଇଁ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି ସର୍ବାଧିକ ୬୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୨୭୯ ଜଣ, ଯାଜପୁରର ୮୪, ଖୋର୍ଦ୍ଧାର ୫୦, କଟକର ୪୨,କେନ୍ଦୁଝରର ୨୩, ମାଲକାନଗିରିର ୨୧, ପୁରୀର ୧୫,ସୁନ୍ଦରଗଡର ୧୫,ମୟୂରଭଞ୍ଜର ୧୨, ବରଗଡର ୧୧, କୋରାପୁଟର ୯, କନ୍ଧମାଳର ୮, ଜଗତସିଂହପୁରର ୭, ଅନୁଗୁଳ ବାଲେଶ୍ବର  ଓ ନବରଙ୍ଗପୁରରୁ ୬ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ଏହା ସହିତ ଭଦ୍ରକର ୫, ଗଜପତିର ୩,କେନ୍ଦ୍ରାପଡାର, ସମ୍ବଲପୁରର ୨ ଲଖାଏଁ ଓ ଢେଙ୍କାନାଳରୁ ଜଣେ କରୋନାରୁ ଆରୋଗ୍ୟ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୧ ହଜାର ୯୩୮କୁ ବୃଦ୍ଧି ପାଇଛି । ମୋଟ୍‌ ୭୧ ଦଶମିକ ୪୮ ପ୍ରତିଶତ ଭୂତାଣୁ ସଂକ୍ରମିତ ସୁସ୍ଥ ହୋଇ ସାରିଲେଣି । ରାଜ୍ୟରେ ୪ ହଜାର ୬୫୧କୁ ଖସିଛି ଆକ୍ଟିଭ୍‌ କେସ୍‌ ।

ଆଜି ରାଜ୍ଯରେ ଆଉ ୫୯୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୩୯୪ ଏବଂ ଲୋକାଲ୍ କେସରୁ ୧୯୭ ପଜିଟଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ୨୫ଟି ଜିଲ୍ଲାରୁ ଏହି ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ଯରେ ମୋଟ୍ ସଂକ୍ରମିତଙ୍କ ସଂଖ୍ଯା  ୧୬,୭୦୧ ରେ ପହଁଚିଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨, ଖୋର୍ଦ୍ଧାରୁ ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି କଟକରେ ୩୮, ଯାଜପୁରରେ ୧୯, ବାଲେଶ୍ବରରେ ୧୩, ଜଗତସିଂହପୁର ଜିଲ୍ଲାରେ ୨୨, ପୁରୀରେ ୬, କେନ୍ଦ୍ରାପଡ଼ାରେ ୮, ଭଦ୍ରକ ଜିଲ୍ଲାରେ ୩, ସୁନ୍ଦରଗଡ଼ରେ ୧୮, ବଲାଙ୍ଗୀରରେ ୯, ମୟୂରଭଞ୍ଜରେ ୨୨, ନୟାଗଡ଼ରେ ୧୧, କେନ୍ଦୁଝରରେ ୨, ଝାରସୁଗୁଡ଼ାରେ ୫, ବରଗଡ଼ ଜିଲ୍ଲାରେ ୩୫, ଅନୁଗୁଳରେ ୧, ମାଲକାନଗିରିରେ ୮, ସମ୍ବଲପୁରରେ ୨୦, ଦେବଗଡ଼ରେ ୩, ବୌଦ୍ଧରେ ୫, ଢେଙ୍କାନାଳ ଜିଲ୍ଲାରେ ୯, କୋରାପୁଟରେ ୪, ରାୟଗଡ଼ା ଜିଲ୍ଲାରେ ୧ ଓ ନବରଙ୍ଗପୁର ଜିଲ୍ଲାରେ ୨୨ରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.