ବଦଳିଲା ନମ୍ବର ପ୍ଲେଟର ଏହି ପୁରୁଣା ନିୟମ, ଏହି ଭୁଲରେ କଟିବ ଚାଲାଣ ଏବଂ ଦେବାକୁ ହେବ ଜରିମାନା

ଯଦି ଆପଣ ନୂଆ ଗାଡି କିଣିବାକୁ ଯାଉଛନ୍ତି କିମ୍ବା ଆପଣ ନୂଆ ଗାଡି କିଣିଛନ୍ତି ତାହେଲେ ଆମର ଏହି ଖବର ଉପରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ। ସରକାର ଗାଡିର ନମ୍ବର ପ୍ଲେଟକୁ ନେଇ କିଛି ପରିବର୍ତ୍ତନ କରିଛନ୍ତି। ଏମିତିରେ ଯଦି ଆପଣ ନୂଆ ନିୟମ ବିଷୟରେ ଜାଣିନାହାନ୍ତି ତାହେଲେ ଆପଣଙ୍କ ଚାଲାଣ କଟିପାରେ ଏବଂ ଆପଣଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିପାରେ। ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ଏକ ନୋଟିଫିକେସନ ଜାରି କରିଛନ୍ତି ଯେଉଁଥିରେ ନୂଆ ନିୟମ ବିଷୟରେ ସୂଚନା ଦିଆଯାଇଛି। ତେଣୁ ଆଜି ଆମେ ଆପଣଙ୍କୁ ସରକାରଙ୍କ ଏହି ନୂଆ ନିୟମ ବିଷୟରେ ଜଣାଇବାକୁ ଯାଉଛୁ। ଆଉ ଏହି ଇନଫରମେସନ୍‌ ଆପଣଙ୍କ ବଡ କାମରେ ଆସିବ। ତେବେ ଆସନ୍ତୁ ଏହା ଉପରେ ପକାଇବା ନଜର।

numberନମ୍ବର ପ୍ଲେଟକୁ ନେଇ ବଦଳିଳା ଏହି ନିୟମ

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟଙ୍କ ପକ୍ଷରୁ ନମ୍ବର ପ୍ଲେଟକୁ ନେଇ ଏହି ନିୟମ ପରିବର୍ତ୍ତନ କରାଯାଇଛି।

-ଏବେ ବାହନର ଅସ୍ଥାୟୀ ପଞ୍ଜୀକରଣର ନମ୍ବର ପ୍ଳେଟ ହଳଦିଆ ରଙ୍ଗର ହେବ।
-ନମ୍ବର ପ୍ଲେଟରେ ଲାଲ ରଙ୍ଗରେ ସଂଖ୍ୟା ଏବଂ ଅକ୍ଷର ଲେଖାହେବ।
-ଡିଲରସିପଙ୍କ ପାଖରେ ଥିବା ଗାଡିରେ ଲାଲ ରଙ୍ଗର ନମ୍ବର ପ୍ଲେଟ ଲାଗିଥିବ।
-ଡିଲରସିପ୍ସଙ୍କ ଠାରେ ଥିବା ଗାଡିର ନମ୍ବର ପ୍ଳେଟରେ ଧଳା ରଙ୍ଗର ଅକ୍ଷର ଏବଂ ସଂଖ୍ୟା ଲେଖା ହେବ।

ପେପର ଉପରେ ଲେଖାଥିବା ଟେମ୍ପୋରାରୀ ନମ୍ବରରେ କଟିବ ଚାଲାଣ

gadiଏବେ ଯଦି ଆପଣ ନିଜର ନୂଆ ବାଇକ କିମ୍ବା କାରରେ ଟେମ୍ପୋରାରୀ ପେପରରେ ଲେଖା ଥିବା ନମ୍ବର ପ୍ଲେଟ ଲଗାଉଛନ୍ତି। ତେବେ ଆପଣଙ୍କ ଠାରୁ ଚାଲାଣ କଟିବ। ଏହି ନିଷ୍ପତ୍ତି ପଛରେ ସବୁଠାରୁ ବଡ କାରଣ ହେଉଛି ଏପରି କରିବା ଦ୍ୱାରା ଗାଡି ଚୋରୀକୁ ରୋକିହେବ। ଆପଣ ଜାଣିଥିବେ ସାଧାରଣତଃ ଚୋର କିମ୍ବା ଅପରାଧୀ ମାନେ ଟେମ୍ପୋରାରୀ ନମ୍ବର ପ୍ଲେଟ ଗାଡିକୁ ଚୋରି କରିଥାନ୍ତି କିମ୍ବା ଏଥିରେ ଅପରାଧ କରିଥାନ୍ତି। ଏମିତିରେ ପେପରରେ ଲେଖା ପ୍ଲେଟକୁ ପଢ଼ିବାରେ ସମସ୍ୟା ତ ହୋଇଥାଏ ତାହା ସହିତ ଏହାକୁ ବଦଳାଇବା ମଧ୍ୟ ବହୁତ ସହଜ ହୋଇଥାଏ।

ବିଏସ୬ ବାହନକୁ ନେଇ ହେବ ନିୟମ

car dealerଯଦି ଆପଣଙ୍କ ପାଖରେ ବିଏସ୬ ଇଞ୍ଜିନର ଚାରି ଚକିଆ ଗାଡି ରହିଛି, ତେବେ ୧ ଅକ୍ଟୋବର ଠାରୁ ଗାଡିର ନମ୍ବର ପ୍ଲେଟ ଉପରେ ଏକ ସେଣ୍ଟିମିଟର ଚଉଡାର ସବୁଜ ପଟି ଲଗାଯିବ। ଏହି ନିୟମ ପେଟ୍ରୋଲ ଏବଂ ଡିଜେଲ ଏବଂ ସିଏନଜିରେ ଚାଲୁଥିବା ଚାରିଚକିଆ ବିଏସ୬ ବାହନ ପାଇଁ କରାଯାଇଛି। ଏହି ସବୁଜ ପଟି ଉପରେ ଏକ ଷ୍ଟିକର ମଧ୍ୟ ଲଗାଯିବ। ପେଟ୍ରୋଲ ଏବଂ ସିଏନଜି ଗାଡିରେ ଏହି ଷ୍ଟିକର ନୀଳ ରଙ୍ଗର ହେବ। ସେହିପରି ଡିଜେଲରେ ଚାଲୁଥିବା ଗାଡିରେ ଏହି ଷ୍ଟିକର ଅରେଞ୍ଜ ରଙ୍ଗର ହେବ। ଏପରି ହେବା ଦ୍ୱାରା ଏହି ଗାଡିକୁ ସହଜରେ ଚିହ୍ନିହେବ।

ଏକା ଭଳି ନମ୍ବର ପ୍ଳେଟ ରହିଥାଏ କାହିଁକି ?

fake nuber carସେଣ୍ଟ୍ରାଲ ମୋଟର ଭେଇକିଲ ମୁତାବକ ନମ୍ବର ପ୍ଲେଟ ଉପରେ ଅକ୍ଷର ଏବଂ ଅଙ୍କର ଲମ୍ବା ଏବଂ ଚଡଡା ପୂର୍ବରୁ ହିଁ ନିର୍ଦ୍ଧାରିତ କରାଯାଇଛି। ଏହା ଅନୁଯାୟୀ ସବୁ ଗାଡିରେ ଅକ୍ଷର ଏବଂ ଉଚ୍ଚତା ୬୫ ମିଲିମିଟର ଏବଂ ମୋଟା ୧୦ ମିଲିମିଟର ହେବା ଉଚିତ। ଏହାଛଡା ଅକ୍ଷର ଏବଂ ଅଙ୍କ ମଝିରେ ଦୂରତା ୧୦ ମିଲିମିଟର ହେବା ଉଚିତ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଥିରେ ଦୁଇ ଚକିଆ ଏବଂ ତିନି ଚକିଆ ଯାନ ସାମିଲ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.