Below header

କ’ଣ ଏହି କବଚ ସିଷ୍ଟମ? କୁହାଯାଉଛି ଏହା ଥିଲେ ଟଳିଯାଇଥାନ୍ତା ବାହାନଗା ଟ୍ରେନ୍‌ ଦୁର୍ଘଟଣା

କିଛି ମାସ ପୂର୍ବରୁ ଦେଶର ରେଳ ମନ୍ତ୍ରଣାଳୟ କହିଥିଲା କି ଏମିତି ଏକ ସିଷ୍ଟମ ଆଣିବାକୁ ଯାଉଛି ଯାହା ରେଳ ଦୁର୍ଘଟଣାକୁ ବନ୍ଦ କରିବ। ଏହି ସିଷ୍ଟମକୁ କବଚ ସିଷ୍ଟମ କୁହାଯାଏ । ଯାହାର ସମ୍ପୂର୍ଣ୍ଣ ନାମ ହେଉଛି ଟ୍ରେନ୍ ଧକ୍କା ଏଡାଇବା ସିଷ୍ଟମ୍ ।

ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣା ନେଇଛି ୨୮୮ ଜୀବନ । ଆହତ ହୋଇଛନ୍ତି ୧୧ଶହ ୭୫ ଜଣ । ସେମାନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ୭୯୩ ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏବେ ୩୮୨ ଆହତ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମୃତଦେହକୁ ଭୁବନେଶ୍ୱରରେ ରଖାଯିବ । ରାଜଧାନୀର ସବୁ ହସ୍ପିଟାଲରେ ରଖାଯାଇଥିବା ଶବାଗାରରେ ରଖାଯିବ ମରଶରୀର । ମୃତଦେହ ଚିହ୍ନଟ ପାଇଁ ଗଚ୍ଛିତ ରଖାଯିବ । ସମ୍ପର୍କୀୟମାନେ ପରିଚୟ ଦେଇ ମୃତଦେହ ଚିହ୍ନଟ କରି ନେଇପାରିବେ ।

ବାହାନଗା ଦୁର୍ଘଟଣାସ୍ଥଳରେ ରେଳ ଧାରଣାରୁ ତିନିଟି ଟ୍ରେନର ଭଗ୍ନାବଶେଷକୁ ହଟାଇ ଦିଆଯାଇଛି । ଏବେ ବି ଜାରି ରହିଛି ରେସକ୍ୟୁ ଅପରେସନ୍‌ । ଓଡ୍ରାଫ, ଅଗ୍ନିଶମ ବାହିନୀ, ଏନଡିଆରଏଫ୍‌ ଉଦ୍ଧାର ଅଭିଯାନରେ ଲାଗିଛନ୍ତି । ରେଳ ଲାଇନରୁ ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକୁ ହଟାଇବା ପରେ ଆରମ୍ଭ ହୋଇଛି ଟ୍ରାକ୍‌ ଏବଂ ଓଭରହେଡ୍‌ ଲାଇନ୍‌ ମରାମତି କାର୍ଯ୍ୟ । ଏହି ରୁଟରେ ରେଳ ଯୋଗାଯୋଗକୁ ପୁଣି ଥରେ ସ୍ୱାଭାବିକ କରିବାକୁ ଶତାଧିକ କର୍ମଚାରୀ ଓ ଶ୍ରମିକ ଲାଗିଛନ୍ତି । ଟ୍ରାକ୍‌ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିବାରୁ ବହୁ ଟ୍ରେନ୍‌ ଚଳାଚଳ ବାତିଲ ହୋଇଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ବାହାନଗାରେ ହେଲା ଦୁର୍ଘଟଣା ? ଏପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

କହିବକୁ ଗଲେ ବାସ୍ତବରେ, କିଛି ମାସ ପୂର୍ବରୁ ଦେଶର ରେଳ ମନ୍ତ୍ରଣାଳୟ କହିଥିଲା କି ଏମିତି ଏକ ସିଷ୍ଟମ ଆଣିବାକୁ ଯାଉଛି ଯାହା ରେଳ ଦୁର୍ଘଟଣାକୁ ବନ୍ଦ କରିବ। ଏହି ସିଷ୍ଟମକୁ କବଚ ସିଷ୍ଟମ କୁହାଯାଏ । ଯାହାର ସମ୍ପୂର୍ଣ୍ଣ ନାମ ହେଉଛି ଟ୍ରେନ୍ ଧକ୍କା ଏଡାଇବା ସିଷ୍ଟମ୍ ବା Train Collision Avoidance System । ବାଲେଶ୍ୱର ଦୁର୍ଘଟଣା ପରେ ଲୋକମାନେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର କରୁଛନ୍ତି ଏବଂ କହୁଛନ୍ତି ଯଦି ଏହି ଟ୍ରେନରେ କବଚ ସିଷ୍ଟମ ଥାନ୍ତା ତେବେ ଏହି ଦୁର୍ଘଟଣା ଆଦୌ ହୋଇନଥାନ୍ତା ।

kavach pic
Image credit: lagatar24.com

 

ଆସନ୍ତୁ ଜାଣିବା ଏହି କବଚ ସିଷ୍ଟମ କ’ଣ ?

କବଚ ହେଉଛି ଭାରତୀୟ ରେଳର ସ୍ୱୟଂଚାଳିତ ସୁରକ୍ଷା ବ୍ୟବସ୍ଥା, ଯାହା ମାଧ୍ୟମରେ ରେଳବାଇ ଟ୍ରେନ୍ ଦୁର୍ଘଟଣାକୁ ରୋକିବାକୁ ଯୋଜନା କରୁଛି । ବାସ୍ତବରେ, କବଚ ହେଉଛି ଲୋକୋମୋଟିଭରେ ସ୍ଥାପିତ ଇଲେକ୍ଟ୍ରୋନିକ୍ ଉପକରଣ ଏବଂ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ର ଏକ ପ୍ରଣାଳୀ, ଯାହା ରେଳର ସିଗନାଲ୍ ସିଷ୍ଟମ ସହିତ ଟ୍ରାକରେ ଚାଲୁଥିବା ଟ୍ରେନର ଗତିକୁ ନିୟନ୍ତ୍ରଣ କରିଥାଏ । ଏହା ମାଧ୍ୟମରେ ରେଳ ଦୁର୍ଘଟଣାର ଯାଞ୍ଚ ହେବ ବୋଲି କୁହାଯାଉଛି। କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ରେଳ ଅଧିକାରୀ କହିଛନ୍ତି ଯେ ଏହି ଟ୍ରେନ ମାନଙ୍କରେ କବଚ ସିଷ୍ଟମ ଇନଷ୍ଟଲ୍ କରାଯାଇ ନଥିଲା। ଯଦି ଏହି ଟ୍ରେନରେ ଏହି ସିଷ୍ଟମ ଥାନ୍ତା, ତେବେ ବୋଧହୁଏ ଏହି ଦୁର୍ଘଟଣାକୁ ରୋକାଯାଇପାରିଥାନ୍ତା ।

କବଚ ସିଷ୍ଟମ୍ କିପରି କାମ କରେ ?

କବଚ ହେଉଛି ଏକ ସିଷ୍ଟମ୍ ଯାହା ପ୍ରତ୍ୟେକ ଷ୍ଟେସନରେ ଏକ କିଲୋମିଟର ଦୂରତାରେ ଇନଷ୍ଟଲ୍ କରାଯାଇଥାଏ । ଏହା ସହିତ ଟ୍ରେନ୍, ଟ୍ରାକ୍ ଏବଂ ରେଳ ସିଗନାଲ୍ ସିଷ୍ଟମରେ ମଧ୍ୟ ଇନଷ୍ଟଲ୍ କରାଯାଇଥାଏ ।ଏହାର ସମ୍ପୂର୍ଣ୍ଣ ସିଷ୍ଟମ୍ ପରସ୍ପର ସହିତ ଅଲଟ୍ରା ହାଇ ରେଡିଓ ଫ୍ରିକ୍ୱେନ୍ସି ଜରିଆରେ ଯୋଗାଯୋଗ କରିଥାଏ ।

ସ୍ପଷ୍ଟ ଶବ୍ଦରେ, ଏହାକୁ ଏପରି ଭାବରେ ବୁଝନ୍ତୁ ଯେ ଯେତେବେଳେ ଲୋକୋ ପାଇଲଟ୍ କୌଣସି କାରଣରୁ ଟ୍ରେନ୍‌ଟି ସଙ୍କେତକୁ ଡେଇଁ ଅତିକ୍ରମ କରିଯାଇଥାଏ ତ, ସେତେବେଳେ ଏହି କବଚ ସକ୍ରିୟ ହୋଇଯାଏ । ଥରେ ସକ୍ରିୟ ହୋଇଗଲେ, କବଚ ସିଷ୍ଟମ୍ ଲୋକୋ ପାଇଲଟ୍ କୁ ସତର୍କ କରାଏ ଏବଂ ତା’ପରେ ଟ୍ରେନର ବ୍ରେକ୍ ନିୟନ୍ତ୍ରଣ କରିବା ଆରମ୍ଭ କରେ । ଏହା ସହିତ, ଯଦି କବଚ ସିଷ୍ଟମ୍ ଜାଣେ ଯେ ଅନ୍ୟ ଏକ ଟ୍ରେନ୍ ମଧ୍ୟ ସମାନ ଟ୍ରାକରେ ଆସୁଛି, ତେବେ ଏହା ଅନ୍ୟ ଟ୍ରେନ୍ ପାଇଁ ଏକ ଆଲର୍ଟ ପଠାଏ ଏବଂ ଅନ୍ୟ ଟ୍ରେନ୍ ଏକ ନିର୍ଦ୍ଦିଷ୍ଟ ଦୂରତାକୁ ଆସି ନିଜକୁ ଅଟକାଇଥାଏ ।

train

ଏପର୍ଯ୍ୟନ୍ତ କେତେ ଟ୍ରେନ୍ ରେ କବଚ ସିଷ୍ଟମ୍ ଇନଷ୍ଟଲ୍ ହୋଇଛି?

୨୩ ଡିସେମ୍ବର ୨୦୨୨ ରେ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେବାବେଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ଏହି କବଚ ସିଷ୍ଟମ୍ କୁ ଇନଷ୍ଟଲ୍ କରାଯିବ । ଦକ୍ଷିଣ କେନ୍ଦ୍ରୀୟ ରେଳର ୧୪୪୫ କିଲୋମିଟର ମାର୍ଗରେ ଏପର୍ଯ୍ୟନ୍ତ ୭୭ ଟି ଟ୍ରେନରେ କବଚ ସିଷ୍ଟମ ଯୋଗ କରାଯାଇଛି । ଏହା ବ୍ୟତୀତ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାୱଡା କରିଡରରେ ଏହି କବଚ ଇନଷ୍ଟଲ୍ କରିବାର କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.