IBPS RRB ପାଇଁ ନୋଟିଫିକେସନ ଜାରି: ବ୍ୟାଙ୍କ PO ଏବଂ କ୍ଲର୍କ ପଦବୀ ପାଇଁ କରିପାରିବେ ଆବେଦନ

IBPS RRB ରେ ପିଓ ଏବଂ କ୍ଲର୍କ ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ ।

ଆଇବିପିଏସ୍‌ ଆରଆରବି ପାଇଁ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ । ୨୦୨୩ ପାଇଁ ଆଇବିପିଏସ୍‌ କ୍ଲର୍କ ପିଓ ପରୀକ୍ଷା ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ (ibps.in) କୁ ଯାଇ ସିଆରପି ଆରଆରବି- XII ପାଇଁ ଆବେଦନ କରିପାରିବେ । ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ୨୧ ଜୁନ୍‌ ୨୦୨୩ ରହିଛି ।

ସମଗ୍ର ଦେଶରେ ୮୬୦୦ ପଦବୀ ଖାଲି ପଡିଛି । ସେଥିରେ ଅଫିସ ଆସିଷ୍ଟାଣ୍ଟ(କ୍ଲର୍କ), ପିଓ(ଆସିଷ୍ଟାଣ୍ଟ ମ୍ୟାନେଜର), ମ୍ୟାନେଜର, ସିନିଅର ମ୍ୟାନେଜର ପଦବୀରେ ଭର୍ତ୍ତି ହେବ । ସିଆରପି ପରୀକ୍ଷା ଆଧାରରେ ଚୟନ କରାଯିବ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୧ ଜୁନ୍‌ ୨୦୨୩ ରହିଛି । ପରୀକ୍ଷା ଜୁଲାଇରୁ ୧୭ ଏବଂ ଜୁଲାଇରୁ ୨୨ ତାରିଖ ମଧ୍ୟରେ ହେବ ।

ପଦବୀ ବିବରଣୀ : ୮୬୦୦

ଅଫିସ ଆସିଷ୍ଟାଣ୍ଟ :

ଆସିଷ୍ଟାଣ୍ଟ ମ୍ୟାନେଜର :

ମ୍ୟାନେଜର :

ସିନିଅର ମ୍ୟାନେଜର :

ନୋଟିଫିକେସନ ବ୍ୟାଙ୍କର ୱେବସାଇଟରେ ଜାରି କରାଯାଇଛି । ନୋଟିଫିକେସନରେ ରାଜ୍ୟ ହିସାବରେ ଖାଲି ପଦବୀ, ଯୋଗ୍ୟତା, ଚୟନ ପ୍ରକ୍ରିୟା ଏବଂ ଅନ୍ୟ ବିବରଣୀ ଦେଇ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଅଫିସ ଆସିଷ୍ଟାଣ୍ଟ ପାଇଁ କୌଣସି ମାନ୍ୟତାପ୍ରାପ୍ତ କଲେଜରୁ ଗ୍ରାଜୁଏସନ କରିଥିବା ଜରୁରୀ । ସେହିପରି ଜେନେରାଲ ବ୍ୟାଙ୍କିଂ ଅଫିସର, ଅଫିସର ସ୍କେଲ ୩ ପାଇଁ ଗ୍ରାଜୁଏସନ କରିଥିବା ଜରୁରୀ ।

ଆବେଦନ ଶୁଳ୍କ : ଅନୁସୂଚିତ ଜାତି/ଜନଜାତି/ PWBD/EXSM ପ୍ରାର୍ଥୀ ୧୭୫ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନ୍ୟ ପ୍ରାର୍ଥୀ ୮୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ପ୍ରଥମେ ଆଇବିପିଏସ୍‌ର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।

ତା’ ପରେ ଆରଆରବି ପିଓ କ୍ଲର୍କ ଲିଙ୍କରେ କ୍ଲିକ୍‌ କରନ୍ତୁ ।

ରେଜିଷ୍ଟ୍ରର କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।

ସମସ୍ତ ଦରକାରୀ ଡକ୍ୟୁମେଣ୍ଟ ଭରିବା ପରେ ଆବେଦନ ଶୁଳ୍କ ଦେଇ ଫର୍ମ ସବମିଟ୍‌ କରନ୍ତୁ ।

ତା’ ପରେ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.ibps.in/wp-content/uploads/Final_Ad_CRP_RRB_XII.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.