Below header

ବୃହସ୍ପତି ରାଜଯୋଗ କେତେ ପ୍ରକାର ଜାଣନ୍ତି କି ? ଜୀବନରେ ଏହାର କ’ଣ ରହିଛି ମହତ୍ତ୍ୱ

ନବଗ୍ରହରେ ବୃହସ୍ପତିଙ୍କୁ ଗୁରୁ ଏବଂ ମନ୍ତ୍ରଣା କାରକ ବୋଲି କୁହାଯାଏ। ବୃହସ୍ପତି ସବୁଠାରୁ ଅଧିକ ଶୁଭ ଏବଂ ଶକ୍ତିଶାଳୀ ଗ୍ରହ ଭାବେ ଜଣାଶୁଣା। ବୃହସ୍ପତି ହିଁ ଏକମାତ୍ର ଗ୍ରହ ଯାହା ଆପଣଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରିବେ। ବୃହସ୍ପତିଙ୍କ କୃପା ଲାଭ କରିବା ଯେତିକି ଶୁଭପ୍ରଦ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେତିକି ଭୟଙ୍କର ଏବଂ ଅଶୁଭ ହୋଇଥାଏ। ପଞ୍ଚ ତତ୍ତ୍ୱରେ ଆକାଶ ତତ୍ତ୍ୱର ଅଧିପତି ହେବା କାରଣରୁ ଏହାର ପ୍ରଭାବ ବହୁତ ବ୍ୟାପକ ଏବଂ ଭୟଙ୍କର ହୋଇଥାଏ।

ଆସନ୍ତୁ ଜାଣିବା ବୃହସ୍ପତି ଯୋଗର କ’ଣ ରହିଛି ମହତ୍ତ୍ୱ
ପ୍ରଥମ ରାଜଯୋଗ
ବୃହସ୍ପତିକୁ ନବଗ୍ରହର ବହୁତ ଟାଣୁଆ ଗ୍ରହ ବୋଲି ଧରାଯାଏ। ଯଦି ଆପଣଙ୍କ ଲଗ୍ନ ଭଲ ରହିଥାଏ ତେବେ ଭାଗ୍ୟ ଶକ୍ତିଶାଳୀ ହୋଇଯାଏ। ବୃହସ୍ପତି ଆପଣଙ୍କ ଭାଗ୍ୟରେ ଥିବା ସବୁ ଦୋଷକୁ ଦୂର କରିଦିଏ। ତାଙ୍କ କୃପାରୁ ବ୍ୟକ୍ତିଙ୍କ ଆୟୁଷ ବଢିବା ସହିତ ଜ୍ଞାନୀ ମଧ୍ୟ ହୋଇଥାନ୍ତି। କିନ୍ତୁ ମକର ରାଶିର ବ୍ୟକ୍ତିଙ୍କୁ ବୃହସ୍ପତି ଶୁଭ ପ୍ରଭାବ ଦିଅନ୍ତି ନାହିଁ। ଯଦି ଆପଣଙ୍କର ବୃହସ୍ପତି ଦୋଷ ରହିଥାଏ ତେବେ ବୃହସ୍ପତିଙ୍କୁ ପୂଜା କରିବା ଆବଶ୍ୟକ। ଏହାସହିତ ପ୍ରତିଦିନ ମୁଣ୍ଡରେ ତିଳକ ଲଗାଇବା ମଧ୍ୟ ବେଶ ଉତ୍ତମ ରହିବ।

111

ଦ୍ୱିତୀୟ ରାଜଯୋଗ
ଯଦି ବୃହସ୍ପତି ଏବଂ ଚନ୍ଦ୍ରମା ଦୁହେଁ ପରସ୍ପରର ମଝିରେ ରହିଥାନ୍ତି ତେବେ ଗଜକେଶରୀ ଯୋଗ ରହିଥାଏ। ଏହି ଯୋଗ କର୍କଟ, ବୃଷ ଏବଂ ମୀନ ରାଶିରେ ବିଶେଷ ପ୍ରଭାବଶାଳୀ ରହିଥାଏ। ଗଜକେଶରୀ ଯୋଗ ଥିବା ବ୍ୟକ୍ତି ଶାସନ ଏବଂ ରାଜନୀତିରେ ବିଶେଷ ସଫଳ ହୋଇଥାନ୍ତି। ଏହି ଯୋଗ ଥିବା ବ୍ୟକ୍ତି ଭଗବାନ ଶିବଙ୍କର ଉପାସନା କରିବା ଉଚିତ। ଯଦି ସମ୍ଭବ ଏଥିପାଇଁ ହଳଦିଆ ପଖରାଜ ଧାରଣ କରନ୍ତୁ।

ତୃତୀୟ ରାଜଯୋଗ
ଯଦି ବୃହସ୍ପତି କର୍କଟ, ଧନୁ କିମ୍ବା ମୀନ ରାଶିରେ ରହିଥାଏ ତେବେ ହଂସ ଯୋଗ ପ୍ରାପ୍ତି ହୁଏ। କିନ୍ତୁ ଏହି ଯୋଗ ସେତେବେଳେ କାମ କରିଥାଏ ଯେତେବେଳେ କେନ୍ଦ୍ର କିମ୍ବା ତ୍ରିକୋଣରେ ରହିଥାଏ। ଏହି ଯୋଗ ହେବା ଦ୍ୱାରା ମଣିଷ ଉଚ୍ଚ ପ୍ରଶଂସତି ହୁଏ। ଏହି ଯୋଗ ଥିବା ବ୍ୟକ୍ତି ଶୁଭ ଏବଂ ଧର୍ମ କାର୍ଯ୍ୟ କରିବା ଦରକାର। ସବୁବେଳେ ଉକ୍ତ ବ୍ୟକ୍ତିଙ୍କୁ ଜୀବନରେ ସାତ୍ତ୍ୱିକ ରହିବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.