କାହିଁକି ମଶାମାନେ ମଣିଷର ମୁଣ୍ଡ ଉପରେ ବୁଲନ୍ତି? ଜାଣନ୍ତୁ ମଶାମାନଙ୍କ ଉପରେ କିଛି ରୋଚକ କଥା

ମଶାମାନଙ୍କ ମୁଣ୍ଡ ଉପରେ ବୁଲିବା ପ୍ରାୟ ସମସ୍ତଙ୍କୁ ପସନ୍ଦ ଲାଗିନଥାଏ। ବିଶେଷ କରି ଶୋଇବା ସମୟରେ କାନ ପାଖରେ ମଶାର ଗୁଣୁ ଗୁଣୁ ଶଦ୍ଧ ଶୁଭିଲେ ମନରେ ବିରକ୍ତି ଭାବ ଆସେ। ଦିନ ରାତି ମଶାର ଉତ୍ପାତରେ ଅନେକ ଲୋକ ଅତିଷ୍ଠ ହୋଇଥିାନ୍ତି। ବିଶେଷକରି ମଶାମାନେ କହିଁକି ମୁଣ୍ଡ ଉପରେ ଘୁରୁଥାନ୍ତି ଓ ଏହି ରକ୍ତ ଶେଷୁଥିବା ମଶାମାନଙ୍କୁ କଣ ବେଶି ଆକର୍ଷିତ କରୁଥାଏ ତାହା ଅନେକଙ୍କୁ ଜଣା ନଥାଏ। ତେବେ ଏହି ମଶାଙ୍କ ବିଷୟରେ ଅନେକ ରୋଚକ କଥା ରହିଛି ଯହା ସମସ୍ତେ  ଜାଣିନଥାନ୍ତି,  ଆସନ୍ତୁ ତାହା ବିଷୟରେ ଜାଣିବା।

ମୁଣ୍ଡ ଉପରେ ମଶାମାନେ ଘୁରିବାର କାରଣ

ବୌଜ୍ଞାନିକଙ୍କ ମତ ଅନୁସାରେ ମଣିଷର ମୁଣ୍ଡ ଉପରେ କେବଳ ଫିମେଲ ମଶା ଘୁରୁଥାନ୍ତି। ଏହି ଫିମେଲ ମଶା ମାନେ ମଣିଷର ମୁଣ୍ଡ ଉପରେ ଘୁରିବାକୁ ବେଶି ପସନ୍ଦ କରିଥାନ୍ତି। ଏହି ମଶା ମାନଙ୍କ ଛଡା ମୁଣ୍ଡ ଉପରେ ଅନ୍ୟାନ କିଟ ପତଙ୍ଗ ମଧ୍ୟ ଘୁରୁଥାନ୍ତି କିନ୍ତୁ ଏହାର ବିଶେଷ କାରଣ ଜଣା ପଡିନାହିଁ।

ମଶାମାନଙ୍କୁ ପସନ୍ଦ ଥାଏ କାର୍ବନ ଡାଇଅକ୍ସାଇଡ

ଆମେ ସମସ୍ତେ ଜାଣିଛେ ସବୁ ମଣିଷ ଅକ୍ସିଜେନ ଗ୍ରହଣ କରି କାର୍ବନ ଡାଇଅକ୍ସସାଇଡ ଛାଡନ୍ତି। ଏହି କାର୍ବନ ଡାଇଅକ୍ସାଇଡର ଗନ୍ଧ ଫିମେଲ ମଶା ମାନଙ୍କୁ ପସନ୍ଦ ଆସୁଥିବାରୁ ମୁଣ୍ଡ ଉପରେ ଘୁରଥାନ୍ତି।

ମଶାମାନେ ଝାଳର ଗନ୍ଧକୁ ପସନ୍ଦ କରନ୍ତି

ମଶାମାନଙ୍କୁ ମଣିଷର ଝାଳ ଗନ୍ଧ ବେଶ ପସନ୍ଦ ହୋଇଥାଏ । ସେଥିପାଇଁ ଅଧିକ ଝାଳୁଆ ଲୋକ ଓ ନରମ ଚର୍ମର ଲୋକଙ୍କୁ ମଶାମାନେ ଅଧିକ କାମୁଡିଥାନ୍ତି। କେଶରେ ଆସିଥିବା ଝାଳ ଶୁଖିବା ପାଇଁ ଅଧିକ ସମୟ ଲାଗିଥାଏ। ଏହି କାରଣରୁ ମୁଣ୍ଡ ଉପରେ ଅଧିକ ମଶା ଘୁରୁଥାନ୍ତି।

ହେୟାର ଜେଲର ବାସ୍ନା ମଶା ମାନଙ୍କୁ ଆକର୍ଷିତ କରିଥାଏ

ମଶାମାନଙ୍କୁ କେଶରେ ଲଗିଥିବା ହେୟାର ଜେଲ ଓ ବାସ୍ନା ତେଲର ସୁଗନ୍ଧ ମଶାମାନଙ୍କୁ ପସନ୍ଦ ଆସିଥାଏ। ଯଦି ଆପଣ ମଧ୍ୟ ହେୟାର ଜେଲ କିମ୍ବା ବାସ୍ନା ତେଲ ଲଗାଇ ବାହାରକୁ ବାହାରୁଥାନ୍ତି ତେବେ ମଶାମାନଙ୍କ ପ୍ରତି ସାବଧାନ ରୁହନ୍ତୁ।

Leave A Reply

Your email address will not be published.