Below header

ଏଣିକି ବିମାନବନ୍ଦରରେ ହେବ ବାହାଘର ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ, ଏହି ଏୟାରପୋର୍ଟ ଆରମ୍ଭ କଲା କାମ

ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ଖୁବଶୀଘ୍ର ଆୟୋଜନ ହେବ ବିବାହ ଉତ୍ସବ, ମ୍ୟୁଜିକାଲ କନସର୍ଟ, ଆଓ୍ଵାର୍ଡ ସେରିମନି, ପ୍ରଦର୍ଶନୀ ଭଳି ବିଭିନ୍ନ କାର୍ଯ୍ୟକ୍ରମ। ଯୋଜନା ଅନୁସାରେ, ବର୍ତ୍ତମାନ ବିମାନବନ୍ଦରରେ ୬.୩ ଏକର ଜାଗାରେ ମଞ୍ଚ ବା ରଙ୍ଗଭୂମି ନିର୍ମାଣ କରାଯିବ, ଯାହାକି ୯,୦୦୦ ଲୋକଙ୍କ କ୍ଷମତାବିଶିଷ୍ଟ ଥିବ।

ଏହାସହ ପଢ଼ନ୍ତୁ: ୨୫ ବର୍ଷ ଛୁଆର ମା କରିଥିଲେ ୨୦୦ରୁ ଅଧିକ ଲୋକଙ୍କୁ ଡେଟ , ଶେଷରେ ବିବାହ କଲେ କୁକୁରକୁ

ଏହି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯଥାଶୀଘ୍ର ବିବାହ ଉତ୍ସବ ପାଇଁ ପ୍ରସ୍ତୁତ କରାଯିବ। ଏହାବ୍ୟତୀତ କେମ୍ପେଗୌଡ଼ା ଦେଶର ପ୍ରଥମ ଅନ୍ତର୍ଜାତୀୟ ବିମାନବନ୍ଦର ହେବ, ଯାହାକି ନିଜ ପରିସରରେ ବିଶ୍ୱସ୍ତରୀୟ କନସର୍ଟର ହୋଷ୍ଟ୍‍ କରିବ। ବିମାନବନ୍ଦରର ମୁଖପାତ୍ର ଏବଂ ପ୍ରବନ୍ଧକଙ୍କ କହିବାନୁଯାୟୀ, ବେଙ୍ଗାଲୁରୁରେ ମନୋରଞ୍ଜନ କାର୍ଯ୍ୟକ୍ରମର ଅଧିକ ଡିମାଣ୍ଡ ରହିଛି। ଏହାକୁ ଦୃଷ୍ଟିରେ ରଖି ଏୟାରପୋର୍ଟର ୬.୩ ଏକର ଜାଗାକୁ ମଞ୍ଚରେ ବିକଶିତ କରାଯିବ। ଏହି ପ୍ରୋଜେକ୍ଟରେ ୧୩,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପୂରା ପ୍ରକ୍ରିୟାରେ ନୂଆ ଟର୍ମିନାଲ, ଯିବାଆସିବା ମାର୍ଗକୁ ଚଉଡ଼ା କରିବା ଏବଂ ମେଟ୍ରା ପର୍ଯ୍ୟନ୍ତ ଯିବା ବ୍ୟବସ୍ଥାକୁ ଆହୁରି ସୁବିଧା କରିବା ଆଦି କାମ ସାମଲ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.