ଆଜିଠୁ ପୁରୀ ଶ୍ରୀମନ୍ଦିରରେ ପାନ ଓ ଗୁଟ୍ଖା ନିଷିଦ୍ଧ, କଡ଼ାକଡି ଭାବେ ପାଳନ କରିବାକୁ ଅଣ୍ଟା ଭିଡିଲା ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ
ପୁରୀ ଶ୍ରୀମନ୍ଦିରରେ ଆଜିଠୁ ପାନ, ଗୁଟ୍ଖା ନିଷିଦ୍ଧ । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ଅଣ୍ଟା ଭିଡିଛି। ଆଜିଠୁ ପାନ ଖାଇ କେହି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ଶ୍ରୀମନ୍ଦିର ପରିସରରେ ସେବାୟତ, ଶ୍ରଦ୍ଧାଳୁ କେହି ପାନ କିମ୍ବା ଗୁଟ୍ଖା ଖାଇବା ଧରାପଡିଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ । ସେମାନଙ୍କଠାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏଥିପାଇଁ ସିଂହଦ୍ୱାରରେ ଚେକିଂ କଡ଼ାକଡି କରାଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ପାନ, ଗୁଟ୍ଖା ଖାଉଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସ୍ପି କହିଛନ୍ତି।