Below header

କିଏ ଡିଜାଇନ କରିଛନ୍ତି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ଫଟୋ ସାମ୍ନାକୁ ଆସିବା ପରେ ଏହି ମନ୍ଦିର କେତେ ସୁନ୍ଦର ତାହା ଦେଖିବାକୁ ମିଳିଛି । ମନ୍ଦିରର ଭବ୍ୟତାକୁ ଦେଖି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ ଏହାକୁ କିଏ ଡିଜାଇନ୍ କରିଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ....

ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ପ୍ରାୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲାଣି ଏବଂ ଖୁବ୍ ଶୀଘ୍ର ଏହା ସାଧାରଣ ଲୋକଙ୍କ ପାଇଁ ଖୋଲିବାକୁ ଯାଉଛି । ଚଳିତ ବର୍ଷ ଜାନୁଆରୀ ୨୨ ରେ ଅଯୋଧ୍ୟାର ଏହି ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି, ଏହା ପରେ ସମସ୍ତଙ୍କ ପାଇଁ ଖୋଲାଯିବ ।

ଏହି ଭବ୍ୟ ରାମ ମନ୍ଦିରର ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଏହି ମନ୍ଦିର କେତେ ସୁନ୍ଦର ତାହା ଦେଖିବାକୁ ମିଳିଛି । ମନ୍ଦିରର ଭବ୍ୟତାକୁ ଦେଖି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ ଏହାକୁ କିଏ ଡିଜାଇନ୍ କରିଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ….

ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ଡିଜାଇନର୍ ହେଉଛନ୍ତି ଚନ୍ଦ୍ରକାନ୍ତ ସୋମପୁରା, ତାଙ୍କର ୧୫ ପିଢ଼ି ମନ୍ଦିର ଡିଜାଇନ୍ କରି ଆସୁଛନ୍ତି । ସୋମପୁରା ପରିବାର ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ଅନେକ ବଡ ମନ୍ଦିରର ପରିକଳ୍ପନା କରିଛନ୍ତି । ଯେଉଁଥିରେ ଗୁଜୁରାଟର ସୋମନାଥ ମନ୍ଦିର ଏବଂ ବିର୍ଲା ମନ୍ଦିର ମଧ୍ୟ ଅନ୍ତର୍ଭୁକ୍ତ ।

ପ୍ରାୟ ୩୦ ବର୍ଷ ପୂର୍ବେ ଗୁଜରାଟର ବାସିନ୍ଦା ଚନ୍ଦ୍ରକାନ୍ତ ସୋମପୁରା ରାମ ମନ୍ଦିର ପାଇଁ ଆନ୍ଦୋଳନ ଚାଲିଥିବା ସମୟରେ ଏହି ଡିଜାଇନ୍ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ପରେ କିଛି ପରିବର୍ତ୍ତନ କରାଯାଇଥିଲା ଏବଂ ବର୍ତ୍ତମାନ ଏହାକୁ ଏକ ଭବ୍ୟ ମନ୍ଦିର ରୂପ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.