ଦିଲ୍ଲୀ-ମୁମ୍ବାଇ ଇଣ୍ଡିଗୋ ବିମାନ ସାଣ୍ଡଓ୍ଵିଚରେ ମିଳିଲା କୀଟ, ଏୟାରଲାଇନ୍ସକୁ କାରଣ ଦର୍ଶାଅ ନୋଟିସ ମାଗିଲା FSSAI

ଦିଲ୍ଲୀର ଜଣେ ଡାଏଟିସିଆନଙ୍କ ଅଭିଯୋଗ ଉପରେ ଏୟାରଲାଇନ୍ସକୁ ଏହି ନୋଟିସ ଜାରି କରାଯାଇଥିଲା । ଯାତ୍ରୀ ଅଭିଯୋଗ କରିଛନ୍ତି ଯେ, ଡିସେମ୍ବର ୨୯ ରେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଇଣ୍ଡିଗୋ ଦ୍ୱାରା ଦିଆଯାଇଥିବା ଏକ ସାଣ୍ଡୱିଚରେ ସେ ପୋକ ପାଇଥିଲେ ।

ଇଣ୍ଡିଗୋ ବିମାନରେ ଦିଆଯାଉଥିବା ଖାଦ୍ୟରେ କୀଟପତଙ୍ଗର ପଡିଥିବା ସମ୍ପର୍କରେ FSSAI ରୁ ଏକ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନରେ ଦିଆଯାଇଥିବା ଖାଦ୍ୟରେ ସମ୍ପର୍କରେ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ବିମାନ ନମ୍ବର 6E 6107 ରେ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ବିଷୟରେ FSSAI ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ୍ ମିଳିଛି। ପ୍ରୋଟୋକଲ୍ ଅନୁଯାୟୀ ଆମେ ବିଜ୍ଞପ୍ତିକୁ ଜବାବ ଦେବୁବୋଲି ଇଣ୍ଡିଗୋ କହିଛି ।

ଖବର ମୁତାବକ, ଦିଲ୍ଲୀର ଜଣେ ଡାଏଟିସିଆନଙ୍କ ଅଭିଯୋଗ ଉପରେ ଏୟାରଲାଇନ୍ସକୁ ଏହି ନୋଟିସ ଜାରି କରାଯାଇଥିଲା । ଯାତ୍ରୀ ଅଭିଯୋଗ କରିଛନ୍ତି ଯେ, ଡିସେମ୍ବର ୨୯ ରେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଇଣ୍ଡିଗୋ ଦ୍ୱାରା ଦିଆଯାଇଥିବା ଏକ ସାଣ୍ଡୱିଚରେ ସେ ପୋକ ପାଇଥିଲେ ।

ଖୁସବୁ ଗୁପ୍ତା ନାମକ ଜଣେ ମହିଳା ଯାତ୍ରୀ ଇନଷ୍ଟାଗ୍ରାମରେ ସାଣ୍ଡୱିଚରେ କୀଟପତଙ୍ଗର ଏକ ଛୋଟ ଭିଡିଓ ସେୟାର କରିଛନ୍ତି । ଆଉ ଭିଡିଓରେ ମହିଳାମାନେ ବିମାନ ସେବା ଯୋଗାଉଥିବା ଖାଦ୍ୟର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଥିଲେ । କ୍ୟାବିନ କର୍ମଚାରୀଙ୍କୁ ପୋକ ପଡିଥିବା ବିଷୟରେ ଜଣାଇଥିଲେ ସୁଦ୍ଧା ସେମାନେ ଅନ୍ୟ ଯାତ୍ରୀଙ୍କୁ ସାଣ୍ଡୱିଚ୍ ଖାଇବାକୁ ଦେଇଥିଲେ ।

ଭିଡିଓ ଭାଇରାଲ ହେବା ମାତ୍ରେ ଇଣ୍ଡିଗୋ କ୍ଷମା ମାଗି ଘଟଣାର ଯାଞ୍ଚ କରାଯାଉଛି ବୋଲି କହିଛି । । ବିମାନରେ ଖାଦ୍ୟ ଏବଂ ପାନୀୟ ସେବାର ସର୍ବୋଚ୍ଚ ମାନ ବଜାୟ ରଖିବା ପାଇଁ ଆମର ନିରନ୍ତର ପ୍ରତିବଦ୍ଧତା ଉପରେ ଆମେ ଗୁରୁତ୍ୱ ଦେବାକୁ ଚାହୁଁଛୁ । ଇଣ୍ଡିଗୋ କହିଛି ଯେ, ଘଟଣା ପରେ ଆମର କର୍ମଚାରୀମାନେ ନିର୍ଦ୍ଦିଷ୍ଟ ସାଣ୍ଡୱିଚ୍ ଦେବା ତୁରନ୍ତ ବନ୍ଦ କରିଦେଲେ । ଘଟଣାର ତଦନ୍ତ ଜାରି ରହିଛି। ତେବେ ଯଦି ଯାତ୍ରୀଙ୍କୁ କୌଣସି ଅସୁବିଧା ହୋଇଛି, ତେବେ ଆମେ କ୍ଷମା ମାଗୁଛୁ ବୋଲି କହିଛି ଇଣ୍ଡିଗୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.