ଆଠଗଡ଼ରେ ବ୍ୟାପୁଛି ଡାଇରିଆ, ବିଷ୍ଣୁପୁର ମୁଣ୍ଡିଆ ସାହିରେ ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରାଉରକେଲା, କଣ୍ଟାବାଞ୍ଜି ପରେ ଏବେ କଟକ ଜିଲ୍ଲା ଆଠଗଡ଼ରେ ଡାଇରିଆ ବ୍ୟାପିଛି। ତିଗିରିଆ ବିଷ୍ଣୁପୁର ମୁଣ୍ଡିଆ ସାହିରେ ଡାଇରିଆରେ ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି ।

ଆଠଗଡ଼ (କେନ୍ୟୁଜ୍‌): ରାଉରକେଲା, କଣ୍ଟାବାଞ୍ଜି ପରେ ଏବେ କଟକ ଜିଲ୍ଲା ଆଠଗଡ଼ରେ ଡାଇରିଆ ବ୍ୟାପିଛି। ତିଗିରିଆ ବିଷ୍ଣୁପୁର ମୁଣ୍ଡିଆ ସାହିରେ ଡାଇରିଆରେ ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି । ଆଠଗଡ଼ ମେଡିକାଲରେ ୬ ଜଣ ଚିକିତ୍ସା ପାଇଁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଚାରି ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତେବେ ଡାଇରିଆ ବ୍ୟାପିବାର କାରଣ ଅସ୍ପଷ୍ଟ ରହିଛି । ବିଷ୍ଣୁପୁର ଗାଁରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ସ୍ବତନ୍ତ୍ର ଟିମ୍ ପହଞ୍ଚି ଅନୁଧ୍ୟାନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.