ହାତ ଧରିଲେ ଶର୍ମିଲା ରେଡ୍ଡୀ, ଶର୍ମିଲାଙ୍କ ଜରିଆରେ ଆନ୍ଧ୍ରରେ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ରେଡ୍ଡୀ କଂଗ୍ରେସରେ ମିଶିଛନ୍ତି । ଶର୍ମିଲାଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧି ପାର୍ଟିର ସଦସ୍ୟତା ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଶର୍ମିଲା ରେଡ୍ଡୀ କଂଗ୍ରେସରେ ମିଶିଛନ୍ତି । ଶର୍ମିଲାଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧି ପାର୍ଟିର ସଦସ୍ୟତା ଦେଇଛନ୍ତି ।
ପାର୍ଟିରେ ଯୋଗ ଦେବା ପରେ ଶର୍ମିଲା କହିଛନ୍ତି, ଓ୍ଵାଇଏସଆର ତେଲେଙ୍ଗାନା ପାର୍ଟି କଂଗ୍ରେସରେ ମିଶିବା ଦେଖି ବହୁତ ଖୁସି । ଓ୍ଵାଇଏସଆର ତେଲେଙ୍ଗାନା ପାର୍ଟି ଆଜିଠାରୁ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟିର ଅଂଶ ହେବାକୁ ଯାଉଛି ।
ଗତ କିଛି ଦିନ ହେବ ଶର୍ମିଲା କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଆଜି ସକାଳେ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ସେ ହାତ ଧରିଛନ୍ତି ।

ଶର୍ମିଲା କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ଆନ୍ଧ୍ର ପ୍ରଦେଶରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଚିନ୍ତା କରୁଛି । ଶର୍ମିଲାଙ୍କ ଜରିଆରେ କଂଗ୍ରେସ ଆନ୍ଧ୍ରପ୍ରଦେଶରେ ରାଜନୈତିକ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛି । ସେହିଭଳି ଯେଉଁମାନେ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆର୍ କଂଗ୍ରେସ ଛାଡ଼ି କଂଗ୍ରେସରେ ମିଶିବାକୁ ଚାହୁଁଛନ୍ତି, ଦଳ ସେମାନଙ୍କୁ ମଧ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଛି ।

ଶର୍ମିଲା ୱାଇଏସ୍ଆର୍ କଂଗ୍ରେସରେ ଥିଲେ । କିନ୍ତୁ ଭାଇ ଜଗନ ମୋହନ ରେଡ୍ଡୀଙ୍କ ସହିତ ତାଙ୍କର ମତାନ୍ତର ହୋଇଥିଲା । ସେ ୨୦୨୧ରେ ସେ ୱାଇଏସ୍ଆର୍ କଂଗ୍ରେସ ଛାଡ଼ି ୱାଇଏସ୍ଆର୍ ତେଲଙ୍ଗାନା ପାର୍ଟି ଗଠନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.