Below header

ଜାଣିଛନ୍ତି କି, କିଏ କରିଥିଲେ Copy-Paste ର ଆବିଷ୍କାର ? ପଢନ୍ତୁ ଏହି ପୋଷ୍ଟରେ ଲେଖାଥିବା ରୋଚକ ତଥ୍ୟ

ଆପଣମାନେ ସମସ୍ତେ କମ୍ପ୍ୟୁଟର୍ କିମ୍ବା ଲାପଟପ୍ ବ୍ୟବହାର କରୁଥିବେ । ଯେଉଁଥିରେ ଆପଣ କିଛି ବି କେଉଁଠୁ ଉଠାଇ କପି କରିପାରିବେ ଏବଂ ତାକୁ ଯେଉଁଠି ଚାହିଁବେ ସେଠି ପେଷ୍ଟ କରିପାରିବେ । ଯାହା ଦ୍ବାରା ଆମର ସମସ୍ତ କାମ ବହୁତ ସହଜ ହୋଇଯାଇଛି । ହେଲେ ଆମେ ଏହି Copy-Paste ମଧ୍ୟରେ ଏତେ ହଜି ଯାଇଛେ ଏହାକୁ ଆବିଷ୍କାର କରିଥିବା ବ୍ୟକ୍ତିକୁ ଗୋଟିଏ ଛୋଟ ଥ୍ୟାଙ୍କ ୟୁ ମଧ୍ୟ କହିନେ ।

ଆପଣ ଜଣାଇବାକୁ ଚାହିଁବୁ ଯେ କପି – ପେଷ୍ଟ ସର୍ବପ୍ରଥମେ ଆବିଷ୍କାର ଆମେରିକାର  Larry Tesler କରିଥିଲେ । ତେବେ ଏହା ତ ଗୋଟିଏ ସୂଚନା ଥିଲା ଆପଣଙ୍କ ପାଇଁ । ଏମିତି ଆହୁରୀ ଅନେକ ତଥ୍ୟ ଜାଣନ୍ତୁ ଯାହା ଆପଣଙ୍କ ପାଇଁ ନିହାତି ଜରୁରୀ ।

– ଜାଣନ୍ତି କି ୫୫ % ଲୋକ ’ହାଇ’ ଶବ୍ଦ ପଢି ଏବଂ ଅନ୍ୟ କାହାକୁ ହାଇ ମାରୁଥିବାର ଦେଖି ହାଇ ମାରିବା ଆରମ୍ଭ କରିଦିଅନ୍ତି ।

– ଯେଉଁ ବ୍ୟକ୍ତି ଯେତେ ସ୍ମୋକିଂ କରିଥାଏ ତାର କେଶ ସେତେ ଶୀଘ୍ର ଧଳା ହେବା ଆରମ୍ଭ କରିଥାଏ ।

– ଝିଅ ମାନଙ୍କୁ ସେ ପୁଅ ଆଦୌ ପସନ୍ଦ ନୁହଁନ୍ତି ଯେଉଁମାନେ ଅନ୍ୟମାନଙ୍କ ଚୁଗୁଲି କରିଥାନ୍ତି ।

– ନ୍ୟୁୟର୍କ ସହରର ଡାକ ନାମ ହେଉଛି ବିଗ୍ ଆପଲ୍ ।

– ଆପଣ ଭାବୁଥିବେ କାଗଜରେ ତିଆରି ହୋଇଥାଏ ନୋଟ୍ । କିନ୍ତୁ ପ୍ରକୃତରେ ନୋଟ୍ କଟନରେ ପ୍ରସ୍ତୁତ ହୋଇଥାଏ ।

– ଏକଥା ଆପଣ ନିଶ୍ଚୟ ଭାବିଥିବେ ଚାର୍ଜର ତାର ଏତେ ଛୋଟ କାହିଁକି । ପ୍ରକୃତ କଥା ହେଉଛି ଚାର୍ଜରେ ବସିଥିବା ସମୟରେ କଥା ହେଲେ ମୋବାଇଲ୍ ବ୍ୟାଟେରୀ ଖରାପ ହୋଇଥାଏ । ତେଣୁ ଚାର୍ଜରର ତାର ଛୋଟ ହୋଇଥାଏ ।

– ପ୍ରାଚୀନ କାଳରେ ଚୀନରେ ଅନ୍ୟକୁ ପ୍ରତାଡିତ କରିବା ପାଇଁ କୁତକୁତ୍ କରାଯାଉଥିଲା । ଯାହା ଫଳରେ ଶରୀରରେ କୌଣସି ଚିହ୍ନ ରହୁନଥିଲା ।

– କାମ କରିବା ସମୟରେ ଯଦି ଆପଣଙ୍କ ବ୍ୟାକଗ୍ରାଉଣ୍ଡରେ ହାଲକା ସଙ୍ଗୀତ ବାଜେ ତେବେ କାମ ଦୁଇଗୁଣା ଶୀଘ୍ର ହୋଇ ଶେଷ ହୋଇଯାଏ ।

– ପ୍ରଥମ ଥର ଚିନି ଭାରତରେ ତିଆରି ହୋଇଥିଲା।

– ୱର୍ଲ୍ଡ ରେକର୍ଡ ମାମଲାରେ ବିଶ୍ବର ତୃତୀୟ ସ୍ଥାନରେ ଭାରତ ।

– ବିଶ୍ବର ପ୍ରଥମ କମ୍ପ୍ୟୁଟର୍ ମାଉସ୍ ୧୯୬୪ରେ କାଠରେ ନିର୍ମାଣ କରାଯାଇଥିଲା ।

– ହଳଦି, ଧୂସର ଏବଂ ଲାଲ୍ ରଙ୍ଗ ଭୋକ ବଢାଇଥାଏ । ଏହା ହିଁ କାରଣ କିଛି ହୋଟେଲ୍ ଏହି ରଙ୍ଗ ବ୍ୟବହାର କରିଥାଏ ।

– ଇଟାଲୀରେ ନୂଆ ବର୍ଷରେ ଲୋକମାନେ ଲାଲ୍ ରଙ୍ଗର ଅନ୍ତର୍ବସ୍ତ୍ର ପିନ୍ଧିଥାନ୍ତି । କାରଣ ଏହି ଦିନକୁ ସେମାନେ ଶୁଭ ବୋଲି ମାନିଥାନ୍ତି ।

– ପ୍ରତିବର୍ଷ ଆମେରିକାଠୁ ଦୁଇ ଗୁଣ ଅଧିକ ଇଞ୍ଜିନିୟର୍ ଭାରତରେ ହୋଇଥାନ୍ତି ।

– ଆମ ଶରୀରର କଙ୍କାଳୀ ଢାଞ୍ଚା ୩୫ ବର୍ଷ ବୟସ ପର‌୍ୟ୍ୟନ୍ତ ବଢିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.