Below header

ହଜି ଯାଇଥିବା ମାଆକୁ ଖୋଜିଦେଲା ସୋସିଆଲ ମିଡିଆ

ବଲାଙ୍ଗିର : ହଜି ଯାଇଥିବା ମାଆକୁ ଖୋଜିଦେଲା ସୋସିଆଲ ମିଡିଆ । ବଲାଙ୍ଗିରରୁ ନିଖୋଜ ବୃଦ୍ଧା କେନ୍ଦୁଝରରେ ଠାବ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଲାଠୋର ଅଞ୍ଚଳର ବୃଦ୍ଧା ଉଷା ନାଗ । ଝିଅ ଘରକୁ ଯାଉଥିବାବେଳେ ଟ୍ରେନରେ ଶୋଇପଡିବାରୁ ଗାଡି ଆଗକୁ ଚାଲିଗଲା । ଆଉ ଫେରି ପାରିଲେନି ଉଷା । କାରଣ ସେ କଥା କହିପାରନ୍ତିନି କି ଶୁଣିପାରନ୍ତିନି । କିଛିଦିନ ପରେ ଉଷା କେନ୍ଦୁଝରରେ ବୁଲୁଥିବା ବେଳେ ଡିଷ୍ଟ୍ରିକ୍ଟ ସୋସିଆଲ ସିକ୍ୟୁରିଟି ଅଫିସର ତାଙ୍କୁ ଆନନ୍ଦାଶ୍ରମ ନେଇଯାଇଥିଲେ । ସେଠାରେ ଜଣେ କର୍ମକର୍ତ୍ତା ଉଷାଙ୍କ ଫଟୋକୁ ସୋସିଆଲ ମିଡିଆରେ ଛାଡିଲେ । ସେଠାରୁ ଉଷାଙ୍କ ବିଷୟରେ ଖବର ପାଇ ତାଙ୍କ ପାଖରେ ପହଂଚିଥିଲେ ତାଙ୍କ ପରିବାର ଲୋକେ ।

ଅନ୍ୟପଟେ ମାଆକୁ ଖୋଜିବାକୁ ଯାଇ ପୁଅଝିଅ ଘରବାଡି ବିକ୍ରି କରିଦେଇଛନ୍ତି । ଏବେ କେଉଁଠି ରହିବେ ସେଇ ଚିନ୍ତାରେ ଦିନ କାଟୁଛନ୍ତି । ଅନ୍ୟପଟେ ସୋସିଆଲ ମିଡିଆରେ ଅଧିକରୁ ଅଧିକ ସେୟାର କରିଥିବାରୁ ସମସ୍ତଙ୍କୁ ଆନନ୍ଦାଶ୍ରମର କର୍ମକର୍ତ୍ତା ମନୋରଞ୍ଜନ ଦାସ ଧନ୍ୟବାଦ ଜଣାଇଛନ୍ତି । ଏ ପରିବାରକୁ ସରକାର ଓ ଜିଲ୍ଲା ପ୍ରଶାସନ ସାହାଯ୍ୟ କରିବାକୁ ଲୋକେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.